ରାଉରକେଲା: ନାବାଳିକାର ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ସନ୍ଦେହ । ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂହ ଟୋଲାରେ ଏକ ନାବାଳିକାର ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ଏହାପରେ ପୋଲିସ ଏହି ଘଟଣାର ମାମଲାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ବ୍ରାହ୍ମଣୀତରଙ୍ଗ ଥାନା ସିଂହ ଟୋଲା ଅଞ୍ଚଳର ଜଣେ ଯୁବକ ପାଟନା (ବିହାର) ରୁ ଏକ ନାବାଳିକା ସହିତ ରହୁଥିଲା। ଆଜି ନାବାଳିକାଟି ମୃତ ଅବସ୍ଥାରେ ମିଳିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଉକ୍ତ ଯୁବକ ଦୀପକକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି। ତଣ୍ଟି ଚିପି ହତ୍ୟା କରାଯାଉଥିବା ସନ୍ଦେହ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ହେବା ପରେ ସବୁ ସ୍ପଷ୍ଟ ହେବା ସମ୍ଭାବନା ରହିଛି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ