ETV Bharat / city

ସ୍ବ ଇଚ୍ଛାରେ ସ୍ବଚ୍ଛତା ସେବା କରୁଛନ୍ତି ସୁରେନ୍ଦ୍ର - ସ୍ଵଚ୍ଛତା ଅଭିଯାନ

ବିନା କୌଣସି ପାଉଣାରେ ରାଉରକେଲା ଇସ୍ପାତ କାରଖାନା ଦ୍ବାରା ତିଆରି କରା ଯାଇଥିବା ମାର୍କେଟରେ ଝାଡୁ କରି ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି ରାଉରକେଲା ସେକ୍ଟର-6ର ସୁରେନ୍ଦ୍ର ସୁନା । ଅଧିକ ପଢ଼ନ୍ତୁ...

ସ୍ବଇଚ୍ଛାରେ ସ୍ବଚ୍ଛତା ସେବା କରୁଛନ୍ତି ସୁରେନ୍ଦ୍ର
author img

By

Published : Oct 28, 2019, 10:35 AM IST

ରାଉରକେଲା: ସ୍ଵଚ୍ଛତା ଅଭିଯାନରେ ବହୁତ ଲୋକ ସାମିଲ ହୁଅନ୍ତି । ଷ୍ଟାର ଓ ନେତା ମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ଆଗରୁ ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି କିନ୍ତୁ ସେମାନେ କେବେ ଚର୍ଚ୍ଚାକୁ ଆସିବାକୁ କିମ୍ବା ବାଃ ବାଃ ପାଇବାକୁ ଏହି କାର୍ଯ୍ୟ କରି ନାହାନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ରାଉରକେଲା ସେକ୍ଟର-6 ର ସୁରେନ୍ଦ୍ର ସୁନା ।

ସ୍ବଇଚ୍ଛାରେ ସ୍ବଚ୍ଛତା ସେବା କରୁଛନ୍ତି ସୁରେନ୍ଦ୍ର

ସେକ୍ଟର-6 ଶନି ମନ୍ଦିର ପାଖରେ ରାଉରକେଲା ଇସ୍ପାତ କାରଖାନା ଦ୍ବାରା ତିଆରି କରାଯାଇଥିବା ମାର୍କେଟରେ ଝାଡୁ କରୁଥିବା ସୁରେନ୍ଦ୍ର ସୁନା ଅନେକ ଦିନ ହେଲା ପୁରା ମାର୍କେଟରେ ଝାଡୁ କରୁଛନ୍ତି । ସକାଳୁ ସେ ଶନି ମନ୍ଦିର ପାଖରେ ଝାଡୁ ଦେବା ସହିତ ପୁରା ମାର୍କେଟରେ ଝାଡୁ କରି ସେହି ଅଞ୍ଚଳକୁ ସଫା କରନ୍ତି। ସେ ଝାଡୁ କରିବା ପରେ କାହାରି ଠାରୁ ଟଙ୍କା ଅଧ୍ୟ ମାଗନ୍ତି ନାହିଁ।

ଠାକୁରଙ୍କ ଡୋରି ଲାଗିଛି ତେଣୁ ସେ ବହୁତ ବର୍ଷ ହେଲା ଏହି କାମ କରନ୍ତି ବୋଲି କହିଛନ୍ତି ସୁରେନ୍ଦ୍ର। ମାର୍କେଟରେ ଦୋକାନୀ ମାନେ ମଧ୍ୟ କୁହନ୍ତି ଯେ ସୁରେନ୍ଦ୍ର ଏଠାରେ ନିଜେ ଆସି ପୁରା ମାର୍କେଟକୁ ଝାଡୁ ଦେଇ ସଫା କରିବା ପରେ ଚାଲି ଯାଆନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ସ୍ଵଛତା ଅଭିଯାନ ରେ ବହୁତ ଲୋକ ଯୋଡି ହୋଇ ଚର୍ଚା ରେ ଅଛନ୍ତି କିନ୍ତୁ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ଆଗରୁ ଏହି କାମ ରେ ନିଜକୁ ନିୟୋଜିତ କରିଛନ୍ତି କିନ୍ତୁ ସେମାନେ ଚର୍ଚା ରେ ନହାନ୍ତି।

Body:ସେକ୍ଟର-6 ଶନି ମନ୍ଦିର ପାଖରେ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ତିଆରି କର ଯାଇଥିନ ମାର୍କେଟ ରେ ଝାଡୁ କରୁଥିବା ସୁରେନ୍ଦ୍ର ସୁନା ଏକ ମାସ ହେଲା ପୁରା ମାର୍କେଟ ରେ ଝାଡୁ କରୁଛନ୍ତି। ସକାଳୁ ସେ ଶନିମନ୍ଦିର ପାଖ ରେ ଝାଡୁ ଦେବା ସହିତ ପୁରା ମାର୍କେଟ ରେ ଝାଡୁ କରି ସେହି ଅଂଚଳ କୁ ସଫା କରନ୍ତି। ସେ ଝାଡୁ କରିବା ପରେ କାହାରୀଠାରୁ ଟଙ୍କାଅଧ୍ୟ ମଗନ୍ତି ନାହିଁ।

Conclusion:ପଚାରିବାରୁ ସେ କୁହନ୍ତି ଠାକୁରଙ୍କ ଡୋରି ଲାଗିଛି ସେହି ପାଇଁ ସେ ବହୁତ ବର୍ଷ ହେଲା ଏହି କାମ କରନ୍ତି।
ମାର୍କେଟ ରେ ଦୋକାନୀ ମନେ ମଧ୍ୟ କୁହନ୍ତି କି ସୁରେନ୍ଦ୍ର ଏଠାରେ ନିଜେ ଆସି ପୁରା ମାର୍କେଟ କୁ ଝାଡୁ ଦେଇ ସଫାଇ କରିବା ପରେ ଚାଲି ଯାଆନ୍ତି।
ବାଇଟ-ସୁରେନ୍ଦ୍ର ସୁନା,
ବାଇଟ-ଗଜେନ୍ଦ୍ର ମାଲ,ଦୋକାନୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.