ରାଉରକେଲା:କୋରୋନା ସଂକ୍ରମଣ ଦେଖି ଚଳିତବର୍ଷ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା କରିବା ଉପରେ ସରକାର କଟକଣା ଲଗାଇଛନ୍ତି । ମାତ୍ର ମଣ୍ଡପ ପରିବର୍ତ୍ତେ ନିଜ ନିଜ ଘରେ ପୂଜା କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ତେଣୁ ଚଳିତବର୍ଷ ବଡ ବଡ ମୂର୍ତ୍ତି ବଦଳରେ ଛୋଟଛୋଟ ଗଣେଶ ପ୍ରତିମା ନେବାକୁ ଲୋକଙ୍କ ଭିଡ ଲାଗିଥିବା ଦେଖାଯାଇଛି ।
ରାଉରକେଲାରେ କୋରୋନାର କଟକଣା ଯୋଗୁଁ ଚଳିତବର୍ଷ ବିରାଟ ପୂଜା ପେଣ୍ଡାଲ ଉପରେ କଟକଣା ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ମୂର୍ତ୍ତି କାରିଗରମାନେ ଛୋଟଛୋଟ ପ୍ରତିମା ତିଆରି କରିଛନ୍ତି । ଯାହାକୁ କିଣିବାକୁ ଶୁକ୍ରବାର ରାଉରକେଲା ମାର୍କେଟରେ ଲୋକଙ୍କ ଭିଡ ଲାଗିଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ