ରାଉରକେଲା: ରାଉରକେଲା ସହରରେ କୋରୋନା ପଜିଟିଭ ମାମଲା ରିପୋର୍ଟ ହେବାପରେ ସହରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ତେବେ ଶନିବାର ମହାନଗର ନିଗମ ପକ୍ଷରୁ ସହରରୁ ସମ୍ପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଜୋନ ହଟାଇ ଦିଆଯାଇଛି ।
![କଣ୍ଟେନମେଣ୍ଟ ଜୋନରୁ ମୁକ୍ତ ହେଲା ରାଉରକେଲା ସହର](https://etvbharatimages.akamaized.net/etvbharat/prod-images/od-rkl-1-containmentlifted-dry-7204000_30052020144635_3005f_1590830195_645.jpg)
ବହୁତ ଦିନ ଧରି ଏହି ଅଞ୍ଚଳରୁ କୌଣସି ପଜିଟିଭ ମାମଲା ନ ମିଳିବାରୁ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା ସମ୍ପୂର୍ଣ୍ଣ ଭାବରେ ଏହି କଣ୍ଟେନମେଣ୍ଟ ଜୋନ ହଟାଇଦେଇଛନ୍ତି ।
କିଛି ଦିନ ପୂର୍ବେ କଣ୍ଟେନମେଣ୍ଟ ପ୍ରତିବନ୍ଧ ହଟାଇବା ଦାବି କରି ପୋଲିସ ତଥା ସେହି ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ପଥର ମାଡ ଘଟଣା ସହିତ ବ୍ୟାରିକେଟ ଭାଙ୍ଗି ବିରୋଧ ପ୍ରଦର୍ଶନ କରିଥିଲେ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ