ରାଉରକେଲା: ରାଉରକେଲା ବାସନ୍ତୀ କଲୋନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବାବେଳେ ଏଥିରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୋଲିସ ଉଭୟ ପକ୍ଷରୁ ଚାରି ଜଣଙ୍କୁ ଗିରଫ କରିବା ସହ ଦୁଇଟି ପୃଥକ ମାମଲା ରଜ୍ଜୁ କରିଛି । ଗଣ୍ଡଗୋଳ ସମୟରେ ବ୍ୟବହୃତ ଏକ ପିସ୍ତଲ ମଧ୍ୟ ପୋଲିସ ଜବତ କରିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଥିବା ବେଳେ ଉଦିତନଗର ଥାନା ପୋଲିସର ଅଧିକ ତଦନ୍ତ ଜାରି ରହିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ