ETV Bharat / city

ରାଉରକେଲାରେ ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

author img

By

Published : Mar 5, 2020, 12:02 PM IST

ଆଜି 104ତମ ବିଜୁ ପଟ୍ଟନାୟକ ଜୟନ୍ତୀ । ଏହି ଅବସରରେ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

biju patnaik jayanti celebrate in rourkela
ରାଉରକେଲାରେ ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ରାଉରକେଲା: ଆଜି 104ତମ ବିଜୁ ପଟ୍ଟନାୟକ ଜୟନ୍ତୀ । ଏହି ଅବସରରେ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ତେବେ କଳିଙ୍ଗ ବିହାରସ୍ଥିତ ବିଜୁ ବାବୁଙ୍କ ପ୍ରତିମାରେ ବିଧାୟକ ସାରଦା ପ୍ରସାଦ ନାୟକ ମାଲ୍ୟାର୍ପଣ କରିଛନ୍ତି । ଏଥିସହ ରାଉରକେଲା ପ୍ରତି ବିଜୁ ବାବୁଙ୍କ ଅବଦାନ ମନେ ପକାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ସେ ଏହି କାର୍ଯ୍ୟକ୍ରମରେ ମନେ ପକାଇଛନ୍ତି ।

ସେହିପରି ସେକ୍ଟର-2 ବିଜୁ ପଟ୍ଟନାୟକ ଛକରେ ମଧ୍ୟ ବିଜୁ ବାବୁଙ୍କ ପ୍ରତିମାରେ ବିଜେଡି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରଯାଇଛି । ରାଉରକେଲା ଇସ୍ପାତ କାରଖାନାର ସିଇଓ ଦୀପକ ଚଟରାଜ ମଧ୍ୟ ବିଜୁ ବାବୁଙ୍କ ପ୍ରତିମାରେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି ।

ଏହାଛଡା ଏହି ଅବସରରେ ଟେଲିଫୋନ ଭବନ ପଡିଆରେ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା। ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଭାଗ ନେଇଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.