ରାଉରକେଲା: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଥିବା ସୁନ୍ଦରଗଡ ସିଡିଏମଓଙ୍କୁ ପୁଣି କାର୍ଯ୍ୟରେ ପୁନଃଅବସ୍ଥାପିତ କରାଯାଇଛି । ସୁନ୍ଦରଗଡ଼ର ନିଲମ୍ବିତ ସିଡ଼ିଏମଓ ଡ଼.ପଙ୍କଜ ପଟେଲଙ୍କ ନିଲମ୍ବନ ହଟାଇ ଦିଆଯାଇଛି । ତାଙ୍କୁ ଡିଏଚଏଚ ସମ୍ବଲପୁରକୁ ବଦଳି କରାଯାଇଛି ।
![5t-secretary-suspend-sundargrh-cdmo-case-rejoin-on-duty-in-rourkela](https://etvbharatimages.akamaized.net/etvbharat/prod-images/4863240_pankaj.jpg)
ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ 5ଟି ସଚିବଙ୍କ ଦ୍ବାରା କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପଙ୍କଜ ପଟେଲଙ୍କୁ ନିଲମ୍ବିତ ହୋଇଥିଲେ । କାର୍ଯ୍ୟରେ ଅବହେଳା ଦର୍ଶାଇ ମୋ ସରକାର କାର୍ଯ୍ୟକ୍ରମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି ଘଟଣା ପ୍ରସାରଣ ହେବା ପରେ ସାରା ରାଜ୍ୟରେ ରାଜନୀତି ସରଗରମ ହୋଇଥିଲା । ଏହାକୁ ନେଇ ସୁନ୍ଦରଗଡ଼ ବନ୍ଦ ଡାକରା ଦେବା ସହ ଏହି ପୁରା ଘଟଣାକୁ ଗୁରୁତର ସହ ଗ୍ରହଣ କରିଥିଲା ବିଜେପି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ