ETV Bharat / city

ଦୁଇ ବାଇକ ମୁହାଁମୁହିଁ, ଦୁଇ ମୃତ

ପୁରୀ ଜିଲ୍ଲା ଗୋପ କୋଣାର୍କ ରାସ୍ତାର ପତେଳିଆ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 20, 2021, 7:42 AM IST

ଦୁଇ ବାଇକ ମୁହାଁମୁହିଁ
ଦୁଇ ବାଇକ ମୁହାଁମୁହିଁ

ପୁରୀ: ଜିଲ୍ଲା ଗୋପ କୋଣାର୍କ ରାସ୍ତାର ପତେଳିଆ ଛକ ନିକଟରେ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।

ଦୁଇ ବାଇକ ମୁହାଁମୁହିଁ

ସୂଚନାଅନୁସାରେ ଚାରିଜଣ ଯୁବକ ସେମାନଙ୍କ ବନ୍ଧୁ ଘରକୁ ଯାଉଥିବାବେଲେ ଦୁର୍ଘଟଣାର ଶିକାର ହୋଇଥିଲେ । କୋଣାର୍କ ରାସ୍ତା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଚାରିଜଣ ଯୁବକ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଗୋପ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସ ଜରିଆରେ ସେମାନଙ୍କୁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଦିଘାଳ ଅଞ୍ଚଳର ହୋଇଥିବାବେଳେ ଜଣେ କୋଣାର୍କ ବାଲିଦୋକାନ ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଦୁଇ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଗୋପ ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.