ETV Bharat / city

ପବିତ୍ର ଅକ୍ଷୟ ତୃତୀୟା, ଆଜି ହେବ ରଥ ନିର୍ମାଣ ଅନୁକୂଳ - holy Akshaya trutia

Today is the holy Akshaya trutia
ପବିତ୍ର ଅକ୍ଷୟ ତୃତୀୟା, ଆଜି ହେବ ରଥ ନିର୍ମାଣ ଅନୁକୂଳ
author img

By

Published : Apr 26, 2020, 7:23 AM IST

Updated : Apr 26, 2020, 9:04 AM IST

07:15 April 26

ପବିତ୍ର ଅକ୍ଷୟ ତୃତୀୟା, ଆଜି ହେବ ରଥ ନିର୍ମାଣ ଅନୁକୂଳ

ପୁରୀ: ଜୁନ 23 ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ ହେବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆନନ୍ଦ ବଜ଼ାର ଚାହାଣି ମଣ୍ଡପ ଏବଂ ସ୍ନାନ ମଣ୍ଡପ ମଝି ରେ ଚିନ୍ହଟ ସ୍ଥାନ ରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।  

ଚଳିତ ବର୍ଷ କୋରୋନା ଓ ଲକ ଡାଉନ କଟକଣା ଯୋଗୁ ଶ୍ରୀମନ୍ଦିର ଭିତରେ ଏହି ପରମ୍ପରା ବିଧି ଅନୁଷ୍ଠିତ ହେଉଛି। ତିନିଖଣ୍ଡ ଧଉରା କାଠକୁ ଧୁଆଯାଇ ରଖାଯାଇଛି। ଦେଉଳ ପୁରୋହିତ ଶ୍ରୋତ୍ରୀୟ ବ୍ରାହ୍ମଣ ବନଯାଗର ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରିବେ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଏହି ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଆଜି ଶୁଭାରମ୍ଭ। ତେବେ ଏଥର ମଧ୍ୟ କରୋନା କଟକଣା ଯୋଗୁ ଏହି ଯାତ୍ରା ଅୟୋଜନରେ ମଧ୍ୟ ବ୍ୟତିକ୍ରମ ହୋଇଛି। ଶ୍ରୀମନ୍ଦିର ଭିତରେ ଥିବା ଜଳ କ୍ରୀଡା ମଣ୍ଡପରେ ମହାପ୍ରଭୁ ଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 26, 2020, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.