ETV Bharat / city

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପାଇଁ ଗଲା ଫୁଲୁରି ତେଲ

author img

By

Published : Jun 29, 2021, 8:45 PM IST

ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଆସିଲା ଫୁଲୁରି ତେଲ । ଲାଗି ହେବା ପରେ ଜ୍ୱରରୁ ଉପଶମ ପାଇବେ ମହାପ୍ରଭୁ । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପାଇଁ ଗଲା ଫୁଲୁରି ତେଲ
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପାଇଁ ଗଲା ଫୁଲୁରି ତେଲ

ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ଆଜି (ମଙ୍ଗଳବାର) ଶ୍ରୀଜିଉଙ୍କ ଫୁଲୁରି ତେଲ ଲାଗି ନୀତି । ଜ୍ୱରରେ କମ୍ପୁଥିବା ତିନି ଠାକୁରଙ୍କ ଚାଲିଛି ମହାପ୍ରଭୁଙ୍କ ଅନବସର ଗୁପ୍ତ ଚିକିତ୍ସା । ଆଉ ମହାପ୍ରଭୁଙ୍କ ଦେହରେ ଫୁଲୁରି ତେଲ ଲାଗିହେବ । ଏହାପରେ ଧିରେ ଧିରେ ସୁସ୍ଥ ହେବେ ତିନି ଠାକୁର ।

ପରମ୍ପରା ଅନୁଯାୟୀ ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରି ତେଲ ଯୋଗାଇ ଦିଆଯାଇଥାଏ । ମଙ୍ଗଳବାର ଅପରାହ୍ନରେ ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ସ୍ୱତନ୍ତ୍ର ତେଲ ଶ୍ରୀମନ୍ଦିରରେ ଦିଆଯାଇଛି । ପରମ୍ପରା ଅନୁସାରେ ଗତ ବର୍ଷ ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ । ପରେ ଏହି ତେଲକୁ ମାଟିତଳୁ ବାହାର କରାଯାଇଥାଏ ।

ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହି ନୀତି ଆରମ୍ଭ ହୋଇଥାଏ । ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍ କରାଇଥାନ୍ତି ।

ଏନେଇ ଆଜି(ମଙ୍ଗଳବାର) ଆୟୁର୍ବେଦ ଜଡିବୁଟିରେ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କୁ ଲାଗି ହେବା ପରେ ପରେ ମହାପ୍ରଭୁ ଜ୍ୱରରୁ ଉପଶମ ପାଇବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.