ETV Bharat / city

ଖୁବ ଶୀଘ୍ର ହେରିଟେଜ ସିଟିରେ ପରିଣତ ହେବ ଶ୍ରୀକ୍ଷେତ୍ର

author img

By

Published : May 29, 2020, 4:50 PM IST

ଲକଡାଉନ କଟକଣା କୋହଳ ପରେ ପୁରୀ ଶ୍ରୀମନ୍ଦିର ଚାରିପାଖରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ । ଶ୍ରୀମନ୍ଦିର ଚାରି ପାଖରେ ସୌନ୍ଦର୍ଯ୍ୟକରଣ ସହ ପୁରୀକୁ ହେରିଟେଜ ସିଟିରେ ପରିଣତ କରିବା ନେଇ ଶୀଘ୍ର କାର୍ଯ୍ୟ ହେବ ବୋଲି ଓଡିଶା ସେତୁ ନିର୍ମାଣ ନିଗମ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଖୁବ ଶୀଘ୍ର ହେରିଟେଜ ସିଟିରେ ପରିଣ ହେବ ଶ୍ରୀକ୍ଷେତ୍ର!

ପୁରୀ: ଲକଡାଉନ ଯୋଗୁଁ ଦୁଇ ମାସ ହେବ ପୁରୀ ଶ୍ରୀମନ୍ଦିର ଚାରି ପାଖରେ ବନ୍ଦ ରହିଥିଲା ଉଚ୍ଛେଦ କାର୍ଯ୍ୟ । ପୁଣି କାର୍ଯ୍ୟ ଆରମ୍ଭ ହେବ କି ନାହିଁ ଏନେଇ ଆଶା ଆଶଙ୍କା ଲାଗିରହିଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ପୁଣି ଶ୍ରୀମନ୍ଦିର ଚାରି ପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ସହିତ ଶ୍ରୀସେତୁ ଜଗନ୍ନାଥ ବଲ୍ଲବ ପ୍ରତୀକ୍ଷା ଗୃହ, ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ, ନୂଆ ମଲ୍ଟି ପାର୍କିଂ ଷ୍ଟାଣ୍ଡର ଟେଣ୍ଡର ସାରିଥିବା ବେଳେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଓଡିଶା ସେତୁ ନିର୍ମାଣ ନିଗମ କହିଛି।

ଶ୍ରୀମନ୍ଦିର ଚାରି ପାଖରେ ସୌନ୍ଦର୍ଯ୍ୟ କରଣ ସହ ପୁରୀକୁ ହେରିଟେଜ ସିଟିରେ ପରିଣତ କରିବା ନେଇ ସମସ୍ତ ନିର୍ମାଣ କାର୍ଯ୍ୟ ପାଇଁ ସରକାର ଓଡିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ବ ଦେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପରିକଳ୍ପନା ହୋଇଥିବା ହେତୁ କିଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ଓ ସମୟ ଭିତରେ କାର୍ଯ୍ୟ ଶେଷ ହେବ ଏ ନେଇ ଉଦ୍ୟମ ଓ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବା ଓଡିଶା ସେତୁ ନିର୍ମାଣ ନିଗମ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.