ପୁରୀ: ତମାଖୁ ବର୍ଜ୍ଜନ ନେଇ ବାଲୁକା କଳାରେ ସଚେତନତା ବାର୍ତ୍ତା । ୱାର୍ଲଡ଼ ନୋ ଟୋବାକୋ ଡେ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରିଛନ୍ତି ।
ଶରୀରକୁ କ୍ଷତି କରିବା ସହ ମୃତ୍ୟୁ ନିକଟକୁ ଟାଣି ନେଉଥିବା ଏହି ତମାଖୁକୁ ବର୍ଜ୍ଜନ କରିବାକୁ ସୁଦର୍ଶନ ନିଜ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି । ବିଶେଷ କରି ନିଶା ସେବନ କରୁଥିବା ବ୍ୟକ୍ତି ତଥା ଯାହାର ଫୁସଫୁସ ଦୁର୍ବଳ ଥାଏ ତାଙ୍କୁ କୋଭିଡ ସଂକ୍ରମଣ ହେଲେ ମୃତ୍ୟୁ ଆଶଙ୍କା ଅଧିକ ରହିଛି । ଏଣୁ କୋଭିଡ ମହାମାରୀରୁ ନିଜକୁ ରକ୍ଷା ପାଇଁ ସମସ୍ତେ ତମାଖୁ ସେବନ ନ କରିବାକୁ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳାରେ ଅପିଲ କରିଛନ୍ତି ।
ପ୍ରତିବର୍ଷ 31 ମଇକୁ ୱାର୍ଲଡ଼ ନୋ ଟୋବାକୋ ଡେ ଭାବେ ପାଳନ କରାଯାଏ । ୟୁଏନର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏହି ଦିବସକୁ ପାଳନ କରିଥାନ୍ତ । ବିଶେଷ କରି ତମାଖୁ ସେବନ ଦ୍ୱାରା କିଭଳି ଆମ ଶରୀରର କ୍ଷତି ହୋଇଥାଏ ଓ କିଭଳି ଆମର ଫୁସଫୁସ ନଷ୍ଟ ହୋଇ ମଣିଷ ମୃତ୍ୟୁମୁଖରେ ପଡେ ସେ ନେଇ ସଚେତନତା ପାଇଁ ଏହି ଦିବସର ପରିକଳ୍ପନା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ