ETV Bharat / city

ରାକ୍ଷୀ ବାନ୍ଧିବେ ମହାବାହୁ, ପ୍ରସ୍ତୁତ କରୁଛନ୍ତି ପାଟରା ସେବାୟତ - ବଳଭଦ୍ର ଜନ୍ମ

ଶ୍ରୀମନ୍ଦିରରେ ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ଏନେଇ ମହାପ୍ରଭୁ ଜଗନ୍ନାଥ ଓ ଭାଇ ବଳଭଦ୍ରଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପାଟରା ସେବାୟତ । ଅଧିକ ପଢନ୍ତୁ...

ରାକ୍ଷୀ ବାନ୍ଧିବେ ମହାବାହୁ, ପ୍ରସ୍ତୁତ କରୁଛନ୍ତି ପାଟରା ସେବାୟତ

author img

By

Published : Aug 19, 2021, 8:47 PM IST

ଭୁବନେଶ୍ବର: ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ମା' ସୁଭଦ୍ରା । ଏଣୁ ଦୁଇ ଭାଇଙ୍କ ପାଇଁ ଏହି ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ । ୪ଟି ବଡ଼ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ପାଟରା ସେବାୟତ ।

ରାକ୍ଷୀ ବାନ୍ଧିବେ ମହାବାହୁ, ପ୍ରସ୍ତୁତ କରୁଛନ୍ତି ପାଟରା ସେବାୟତ

ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରକୁ ଯିବ । ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଉଛି ଏହି ରାକ୍ଷୀ । ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ବର୍ଣ୍ଣର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଇଛି । ପାଟରା ବିଷୋୟୀ ଜଗନ୍ନାଥ ପାତ୍ର ବେଶ ନିଷ୍ଠାର ସହ ପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ନାତି ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି ।

ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ୫୪ଟି ଗୁଆରେ ପ୍ରସ୍ତୁତ ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ । ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.