ETV Bharat / city

ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି, ରାଜ ପ୍ରସାଦ ବିଜେ ନୀତି ସମ୍ପର୍ନ୍ନ

ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବିଗ୍ରହଙ୍କ ସୁସ୍ଥ ହେବାର ଖବର ଗଜପତିଙ୍କୁ ଜଣାଇଲେ ଦଇତାପତି ସେବାୟତ । ଅଧିକ ପଢ଼ନ୍ତୁ...

author img

By

Published : Jul 6, 2021, 7:53 PM IST

Raja prasad bije nitu,  ritual of sri jagannath, Sri balabhadra, devi subhadra, puri temple, ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି, ରାଜ ପ୍ରସାଦ ବିଜେ ନୀତି, ଗଜପତି ମହାରାଜ, ପୁରୀ ମନ୍ଦିର, ରଥଯାତ୍ରା, ଅଣସର ନୀତି, ଅଣସର ଦ୍ବାଦଶୀ ପାଳନ, ମହାପ୍ରଭୁ ଜଗନ୍ନାଥ
ମହାପ୍ରଭୁଙ୍କର ରାଜ ପ୍ରସାଦ ବିଜେ ନୀତି

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଦ୍ବାଦଶୀ ତିଥି ପାଳନ ହୋଇଛି । ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିର ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ଗଜପତିଙ୍କୁ ଶ୍ରୀ ନହରରେ ଦଇତାପତି ସେବାୟତ ଜଣାଇଛନ୍ତି।

ମହାପ୍ରଭୁଙ୍କର ରାଜ ପ୍ରସାଦ ବିଜେ ନୀତି

ଶ୍ରୀବିଗ୍ରହ ମାନଙ୍କ ସୁସ୍ଥ ହେବାର ଖବର ଗଜପତିଙ୍କୁ ଜଣାଇବା ସହ ପ୍ରଥମ ଆଦ୍ୟ ସେବକଙ୍କୁ ମହାପ୍ରଭୁଙ୍କ ଅଣସରର ସ୍ବତନ୍ତ୍ର ପ୍ରସାଦ ପ୍ରଥମ କରି ଭେଟି ଦିଆଯାଇଛି । ପରମ୍ପରା ଅନୁଯାୟୀ ରୂପା ଥାଳିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇ ଥିବା ଚନ୍ଦନ, କରାଳ, ପାଟ ଡୋରିକୁ ଅଣାଯାଇ ଗଜପତିଙ୍କୁ ଦିଆଯାଏ। ପରେ ଦଇତାପତି ସେବକମାନେ କିଭଳି ରଥଯାତ୍ରା ହେବ ସେ ନେଇ ଆଲୋଚନା କରନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.