ETV Bharat / city

ଶ୍ରୀମନ୍ଦିର ସୁରକ୍ଷା କରିଡର ବଳୟ ଭଙ୍ଗ, ତଦନ୍ତ ନିର୍ଦ୍ଦେଶ ଦେଲେ SP

ଶ୍ରୀମନ୍ଦିର ସୁରକ୍ଷା କରିଡର ସୁରକ୍ଷା ବଳୟ ଭଙ୍ଗ । ଘଟଣା ଜଣାପଡିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି । ଅଧିକ ପଢନ୍ତୁ...

puri temple security
ଶ୍ରୀମନ୍ଦିର ସୁରକ୍ଷା କରିଡର ସୁରକ୍ଷା ବଳୟ ଭଙ୍ଗ, ଏସପିଙ୍କ ତଦନ୍ତ ନିର୍ଦ୍ଦେଶ
author img

By

Published : Jun 22, 2021, 10:36 PM IST

Updated : Jun 22, 2021, 10:48 PM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା କରିଡର ସୁରକ୍ଷା ବଳୟ ଭଙ୍ଗ । ଘଟଣା ଜଣାପଡିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି । ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି ଗାଡି ଆସୁ ନଥିବା ବେଳେ, କିଭଳି ଆସିଲା ଏକ ଗାଡି ସେନେଇ ଉଠିଛି ପ୍ରଶ୍ନ ।

ଶ୍ରୀମନ୍ଦିର ସୁରକ୍ଷା କରିଡର ସୁରକ୍ଷା ବଳୟ ଭଙ୍ଗ, ଏସପିଙ୍କ ତଦନ୍ତ ନିର୍ଦ୍ଦେଶ

ଶ୍ରୀମନ୍ଦିର ସୁରକ୍ଷା କରିଡର ମଧ୍ୟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସୁରକ୍ଷା ବଳୟ ଭାଙ୍ଗି ଆଜି ଏକ ଗାଡି ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଥିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତେବେ ସମ୍ପୃକ୍ତ ଗାଡ଼ିରେ କେହି ଜଣେ ଅଧିକାରୀ ତାଙ୍କ ପରିବାରକୁ ଧରି ଆସିଥିବା ବେଳେ 75 ମିଟର କରିଡର ମଧ୍ୟରେ ଗାଡି ପାର୍କ କରି ଦର୍ଶନ କରି ଫେରିଛନ୍ତି । ଶ୍ରୀମନ୍ଦିର ସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ଏହା ଦେଖି ମଧ୍ୟ ଅଣଦେଖା କରିଥିଲେ । ଅରୁଣ ସ୍ତମ୍ଭ ନିକଟକୁ ଭିଆଇପି ଓ ଭିଭିଆଇପି ଗାଡି ଆସୁ ନଥିବା ବେଳେ ଗାଡିଟି କିଭଳି ପହଞ୍ଚିଲା ତାହାର ତଦନ୍ତ ଆବଶ୍ୟକତା ରହିଛି ।

ଏସପି କେ. ଵିଶାଲ ସିଂହ କହିଛନ୍ତି ଘଟଣାର ତଦନ୍ତ ହେବ । କେଉଁ ପରିସ୍ଥିତିରେ ଗାଡିଟି ଗଲା । ସୁରକ୍ଷା ଜୋନ କଟକଣା ଉଲ୍ଲଘଂନ ହୋଇଛି କି ନାହିଁ ତାର ତଦନ୍ତ ହେବ । ତେବେ ବର୍ଷା ସମୟରେ ଗାଡିଟି ସୁରକ୍ଷା ଭେଦ କରି ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ପହଞ୍ଚିବା ପରେ ଡ୍ୟୁଟିରେ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 22, 2021, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.