ETV Bharat / city

ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ପ୍ରସଙ୍ଗ: ଆରମ୍ଭ ହେବ ସମୀକ୍ଷା

author img

By

Published : Jan 29, 2021, 11:05 AM IST

ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି। ରାଜା ରାଜେଶ୍ବର ବେଶ ନୀତିକାନ୍ତିରେ 4 ଘଣ୍ଟା ବିଳମ୍ବକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ନୀତି କାନ୍ତି ବିଳମ୍ବ ପ୍ରସଙ୍ଗ: ଆରମ୍ଭ ହେବ ସମୀକ୍ଷା

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି। ରାଜା ରାଜେଶ୍ବର ବେଶ ନୀତିକାନ୍ତିରେ 4 ଘଣ୍ଟା ବିଳମ୍ବକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର କହିଛନ୍ତି ଦୁଇ ସେବାୟତ ନିଯୋଗ ଭିତରେ କାହାର କଣ ସେବା ରହିଛି ସେନେଇ ଦ୍ଵନ୍ଦ ହେବାରୁ ବିଳମ୍ବ ହୋଇଛି ମହାପ୍ରଭୁଙ୍କ ନୀତି। ପୁରୀ ଜିଲ୍ଲାପାଳ ଏହି ଘଟଣା ରେ ଦୁଇ ସେବାୟତ ନିଯୋଗ ସହିତ ଆଲୋଚନା କରି ସବୁ ବିବାଦର ସମାଧାନ ନେଇ ବାଟ ବାହାର କରିବେ।

ତେବେ ଯଦି ଜାଣି ଶୁଣି କେହି ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କରିଥିବା ଘଟଣା ନଜରକୁ ଆସିବ ତାହା ହେଲେ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ ରାଜେଶ୍ବର ବେଶ ନୀତି ବିଳମ୍ବ ହେବାରୁ ମହାପ୍ରଭୁଙ୍କ ବେଶ ଦର୍ଶନରୁ ଅନେକ ଭକ୍ତ ବଞ୍ଚିତ ହେବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.