ETV Bharat / city

ଚାଲିଛି ମଠ ଭଙ୍ଗା, ସରକାରଙ୍କ ଉପରେ ବର୍ଷିଲେ ଶଙ୍କରାଚାର୍ଯ୍ୟ - ପୁରୀ ଗୋବର୍ଦ୍ଧନ ମଠରେ ପ୍ରେସମିଟ ଆୟୋଜନ

ଶ୍ରୀମନ୍ଦିର ପରିସରରେ ମଠ ଉଚ୍ଛେଦକୁ ନେଇ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଜଣେ ଜଗତଗୁରୁଙ୍କ ପ୍ରତି ଅପମାନ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Aug 31, 2019, 6:05 PM IST

ପୁରୀ: ବିଭିନ୍ନ ପ୍ରସଙ୍ଗକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶନିବାର ପୁରୀ ଗୋବର୍ଦ୍ଧନ ମଠରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ତେବେ ଶଙ୍କରାଚାର୍ଯ୍ୟଙ୍କୁ ରାଜ୍ୟ ସରକାର ବାରମ୍ବାର ଅପମାନିତ କରୁଥିବା ସେ ଅଭିଯୋଗ ଆଣି ବର୍ଷିଛନ୍ତି । ବର୍ତ୍ତମାନେ ପୁରୀରେ ଯେଉଁ ପରିସ୍ଥିତି ଲାଗିରହିଛି ତାହା ଆଗାମୀ ଦିନରେ ରାଜ୍ୟରେ ଅରାଜକତା ସୃଷ୍ଟି କରିବ ବୋଲି ଜଗତଗୁରୁ ଚେତାବନୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ପୁରୀ

ଶ୍ରୀମନ୍ଦିର ଚାରି ପାଖରେ ମଠ ଓ ଲୋକଙ୍କ ଘର ଉଛେଦ ପ୍ରସଙ୍ଗରେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକଟ କରିଛନ୍ତି ସେ । ବିକାଶ କାର୍ଯ୍ୟରେ ସବୁ ବର୍ଗର ଲୋକଙ୍କ ମତାମତ ନିଆଯାଇ ଏବଂ ଆବଶ୍ୟକ ଥଇଥାନ କରାଯାଇ ଉଛେଦ କରିବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି ।

ସେହିପରି ଗୋବର୍ଦ୍ଧନ ମଠ ସାଢ଼େ 4 ଏକର ଜମି ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନରେ ଯିବାକୁ ସେ ସମାଲୋଚନା କରିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପୀଠ ସ୍ବତନ୍ତ୍ର । ଏହାର ଜମି ଉପରେ କାହାର ଅଧିକାର ନାହିଁ । ଏଣୁ ତୁରନ୍ତ ସରକାର ମଠର ଜମିକୁ ଫେରାଇ ଦେବା ଉଚିତ। ସେହିପରି ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବିପି ଦାସ କମିଶନ ରିପୋର୍ଟକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ଶ୍ରୀମନ୍ଦିର ଭଳି ଅଧ୍ୟାତ୍ମିକ ଅନୁଷ୍ଠାନ ସଂସ୍କାର ପ୍ରସଙ୍ଗ ଶଙ୍କରାଚାର୍ଯ୍ୟଙ୍କ ମତ ନିଆନଯିବା ଅତ୍ୟନ୍ତ ଅନ୍ୟାୟ ବୋଲି କହିଛନ୍ତି । ସେହିପରି ସୁପ୍ରିମକୋର୍ଟଙ୍କ ଆମିକସ କ୍ୟୁରି ରଣଜିତ କୁମାର ଶଙ୍କରାଚାର୍ଯ୍ୟଙ୍କ ମତ ନନେଇ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବା ଠିକ ନୁହେଁ ବୋଲି କହିଛନ୍ତି ।

ଖବର ଅନୁଯାୟୀ, ଯୁଗ ଯୁଗ ଧରି ଶ୍ରୀମନ୍ଦିରରେ ସଂସ୍କାର, ପୂଜା ନୀତି ଆଦିରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଆଯାଇଛି। କିନ୍ତୁ ସରକାର ଓ ନ୍ୟାୟାଳୟ ଏହାକୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ବିଭିନ୍ନ ଦେଶରେ ଧର୍ମ କ୍ଷେତ୍ରରେ ଧର୍ମ ଗୁରୁଙ୍କ ପରାମର୍ଶ ନିଆଯାଇ ବିଭିନ୍ନ ପଦକ୍ଷେପ ନିଆଯାଏ । ଧର୍ମ କ୍ଷେତ୍ରରେ ସରକାର ହସ୍ତକ୍ଷେପ ନକରି କେଵଳ ସହଭାଗୀ ହୋଇ ପଦକ୍ଷେପ ନିଅନ୍ତି । କିନ୍ତୁ ରାଜ୍ୟ ସରକାର ବାରମ୍ବାର ଶଙ୍କରାଚାର୍ଯ୍ୟଙ୍କୁ ଅବହେଳା କରି ଧର୍ମ କ୍ଷେତ୍ରରେ ସଂସ୍କାର ନେଇ ହସ୍ତକ୍ଷେପ କରୁଛନ୍ତି ।

ଯାହାକି ଶଙ୍କରାଚାର୍ଯ୍ୟଙ୍କୁ ଅପମାନିତ କରାଯାଇଛି ଏବଂ ସାରା ବିଶ୍ବକୁ ଅପମାନିତ କରାଯିବା ସହିତ ସମାନ । ସେହିପରି ଶ୍ରୀମନ୍ଦିରରେ ପୂଜା ନୀତି ପାଇଁ ସ୍କନ୍ଦ ପୁରାଣ ଅନୁଯାୟୀ ସମ୍ବିଧାନ ହେବା ଆବଶ୍ୟକତା ରହିଛି। ଏହା ଦ୍ବାରା ଶ୍ରୀମନ୍ଦିରରେ ସେବା ପୂଜା, ପରିଚାଳନାରେ ବିଭ୍ରାଟ ହେବ ନାହିଁ। କିନ୍ତୁ ବିନା ଧାର୍ମିକ ସମ୍ବିଧାନରେ ଶ୍ରୀମନ୍ଦିର ଚାଲୁଥିବା ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଧର୍ମୀୟ ପରମ୍ପରାକୁ ନଷ୍ଟ କରି ଶ୍ରୀକ୍ଷେତ୍ରର ବିକାଶ ସମ୍ଭବ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:, ସରକାର ଙ୍କ ବର୍ଷିଲେ ଶଙ୍କରାଚାର୍ଯ୍ୟ

Body:ବିଭିନ୍ନ ପ୍ରସଂଗ କୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ବତୀ ଆଜି ପୁରୀ ଗୋବର୍ଦ୍ଧନ ମଠରେ ପ୍ରେସ ମିଟ ଆୟୋଜନ କରିଥିଲେ। ତେବେ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାର ବାରମ୍ବାର ଅପମାନିତ କରିବା ଅଭିଯୋଗ ଆଣି ବର୍ଷି ଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ରାଜ୍ୟରେ ଅରାଜକତା ବ୍ୟାପିକ ବୋଲୀ ଜଗତ ଗୁରୁ ଚେତାବନୀ ଦେଇଛନ୍ତି। ଶ୍ରୀମନ୍ଦିର ଚାରି ପାଖରେ ମଠ ଓ ଲୋକ ଙ୍କ ଘର ଉଛେଦ ପ୍ରସଂଗ ରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକଟ କରିଛନ୍ତି। ବିକାଶ କାର୍ଯ୍ୟ ରେ ସବୁ ବର୍ଗର ଲୋକ ଙ୍କ ମାତା ମତ ନିଆଯାଇ ଏବଂ ଆବଶ୍ୟକ ଥଇଥାନ କରାଯାଇ ଉଛେଦ କରିବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି। ସେହିପରି ଗୋବର୍ଦ୍ଧନ ମଠ ସାଢ଼େ4 ଏକ ର ଜମି ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନରେ ଯିବା କୁ ସେ ସମାଲୋଚନା କରିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପୀଠ ସ୍ୱାତନ୍ତ୍ର୍ୟ। ଏହାର ଜମି ଉପରେ କାହାର ଅଧିକାର ନାହିଁ। ଏଣୁ ତୁରନ୍ତ ସରକାର ମଠ ର ଜମି କୁ ଫେରାଇ ଦେବା ଉଚିତ। ସେହିପରି ଶ୍ରୀମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବି ପି ଦାସ କମିଶନ ରିପୋର୍ଟ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମନ୍ଦିର ଭଳି ଅଧ୍ୟତ୍ମିକ ଅନୁଷ୍ଠାନ ସଂସ୍କାର ପ୍ରସଂଗ ଶଙ୍କରାଚାର୍ଯ୍ୟ ଙ୍କ ମତ ନିଆ ନଯିବା ଅତ୍ୟନ୍ତ ଅନ୍ୟାୟ ବୋଲି କହିଛନ୍ତି। ସେହିପରି ସୁପ୍ରିମକୋର୍ଟ ଙ୍କ ଆମି କସ କ୍ୟୁରି ରଣ ଜିତ କୁମାର ଶଙ୍କରାଚାର୍ଯ୍ୟ ଙ୍କ ମତ ନ ନେଇ ସୁପ୍ରିମକୋର୍ଟ ଙ୍କୁ ରିପୋର୍ଟ ଦେବା ଠିକ ନୁହେଁ ବୋଲୀ କହିଛନ୍ତି। ଯୁଗ ଯୁଗ ଧରି ଶ୍ରୀମନ୍ଦିର ରେ ସଂସ୍କର , ପୂଜା ନୀତି ଆଦିରେ ଶଙ୍କରାଚାର୍ଯ୍ୟ ମତାମତ ନିଆଯାଇଛି। କିନ୍ତୁ ସରକାର ଓ ନ୍ୟାୟାଳୟ ଏହାକୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ବୋଲୀ ଶଙ୍କରାଚାର୍ଯ୍ୟ କହିଛନ୍ତି। ବିଭିନ୍ନ ଦେଶରେ ଧର୍ମ କ୍ଷେତ୍ରରେ ଧର୍ମ ଗୁରୁ ଙ୍କ ପରାମର୍ଶ ନିଆଯାଇ ବିଭିନ୍ନ ପଦକ୍ଷେପ ନିଆ ଯାଏ। ଧର୍ମ କ୍ଷେତ୍ରରେ ସରକାର ହସ୍ତକ୍ଷେପ ନ କରି କେଵଳ ସହଭାଗୀ ହୋଇ ପଦକ୍ଷେପ ନିଅନ୍ତି। କିନ୍ତୁ ରାଜ୍ୟ ସରକାର ବାରମ୍ବାର ଶଙ୍କରାଚାର୍ଯ୍ୟ ଙ୍କୁ ଅବହେଳା କରି ଧର୍ମ କ୍ଷେତ୍ରରେ ସଂସ୍କାର ନେଇ ହସ୍ତକ୍ଷେପ କରୁଛନ୍ତି। ଯାହାକି ଶଙ୍କରାଚାର୍ଯ୍ୟ ଙ୍କୁ ଅପମାନିତ କରାଯାଇଚି। ଯାହାକି ସାରା ବିଶ୍ୱ କୁ ଅପମାନିତ କରାଯିବା ସହିତ ସମାନ । ସେହିପରି ଶ୍ରୀମନ୍ଦିର ରେ ପୂଜା ନୀତି ପାଇଁ ସ୍କନ୍ଦ ପୁରାଣ ଅନୁଯାୟୀ ସମ୍ବିଧାନ ହେବା ଆବଶ୍ୟକତା ରହିଛି। ଏହା ଦ୍ବାରା ଶ୍ରୀମନ୍ଦିରରେ ସେବା ପୂଜା , ପରିଚାଳନା ରେ ବିଭ୍ରାଟ ହେବ ନାହିଁ। କିନ୍ତୁ ବିନା ଧାର୍ମିକ ସମ୍ବିଧାନ ରେ ଶ୍ରୀମନ୍ଦିର ଚାଲୁଥିବା ଶଙ୍କରାଚାର୍ଯ୍ୟ କ୍ଷଭ ପ୍ରକାଶ କରିଛନ୍ତି। ଧର୍ମୀୟ ପରମ୍ପରା କୁ ନଷ୍ଟ କରି ଶ୍ରୀକ୍ଷେତ୍ର ର ବିକାଶ ସମ୍ଭବ ନୁହେଁ ବୋଲୀ ଶଙ୍କରାଚାର୍ଯ୍ୟ କହିଛନ୍ତି।

ବାଇଟ,, ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ବତୀ, ଶଙ୍କରାଚାର୍ଯ୍ୟ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.