ETV Bharat / city

୬ ମାସ ଧରି ମିଳୁନି ଦରମା, କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲେ ସଫେଇ କର୍ମଚାରୀ

ଦୀର୍ଘ ୬ ମାସ ଧରି ପୁରୀ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କୁ ମିଳୁନି ଦରମା । ଏହା ପ୍ରତିବାଦରେ ଆସନ୍ତା ମଙ୍ଗଳବାରଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ...

author img

By

Published : Oct 30, 2021, 7:58 PM IST

୬ ମାସ ଧରି ମିଳୁନି ଦରମା, କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲେ ସଫେଇ କର୍ମଚାରୀ
୬ ମାସ ଧରି ମିଳୁନି ଦରମା, କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲେ ସଫେଇ କର୍ମଚାରୀ

ପୁରୀ: ଆଗାମୀ ମଙ୍ଗଳବାରଠାରୁ ପୁରୀ ମ୍ୟୁନିସିପାଲିଟି ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି। ଦୀର୍ଘ 6 ମାସ ହେବ ଦରମା ନ ମିଳିବା ପ୍ରତିବାଦରେ ସଫେଇ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ତେବେ ସଙ୍ଘ ପକ୍ଷରୁ ଏନେଇ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ।

ସଙ୍ଘ ଅଭିଯୋଗ କରିଛି ଯେ କୋଭିଡ ସମୟରେ ଯେତେବେଳେ ଲୋକମାନେ ଘରୁ ବାହାରୁ ନଥିଲେ, ସେତେବେଳେ ଜୀବନକୁ ବାଜି ଲଗାଇ ସଫେଇ କର୍ମଚାରୀମାନେ ସଫେଇ କରୁଥିଲେ । ଏପରିକି କୋଭିଡକୁ ଭୟ ନ କରି କୋଭିଡ ବର୍ଜ୍ୟବସ୍ତୁ ମଧ୍ୟ ସଫେଇ କରୁଥିଲେ । ସେହିପରି ଶ୍ରୀକ୍ଷେତ୍ର ପୁରୀରେ ରାତି 3ଟାରୁ ଉଠି କର୍ମଚାରୀମାନେ ସଫେଇ କରୁଛନ୍ତି । ଫଳରେ ସକାଳୁ ପୁରୀ ସହର ଆବର୍ଜନାମୁକ୍ତ ହେବା ସହ ସୁସ୍ଥ ପରିବେଶ ସୃଷ୍ଟି ହୋଇଛି । ଏତେ ସେବା ପ୍ରଦାନ କରିବା ପରେ ମଧ୍ୟ ଦୁର୍ଭାଗ୍ୟର ବିଷୟ ପୁରୀ ପୌର ପ୍ରଶାସନ ସଫେଇ କର୍ମଚାରୀଙ୍କୁ 6 ମାସ ହେବ ଦରମା ପ୍ରଦାନ କରାଯାଇନାହିଁ ।

ଫଳରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡି଼ଛି । ପେଟରେ ଭୋକ ଥାଇ ଆଉ କେତେ ଦିନ ସଫେଇ କର୍ମଚାରୀ କାମ କରିବେ ବୋଲି ସଙ୍ଘ ପ୍ରଶ୍ନ କରିଛି । ସରକାରଙ୍କ କର୍ମଚାରୀ ମାସକୁ ମାସ ଦରମା ପାଉଥିବାବେଳେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କୁ ଧ୍ୟାନ ନ ଦେବା ଅତ୍ୟନ୍ତ ଅମାନବୀୟ ବୋଲି ସଙ୍ଘ କହିଛି । ତୁରନ୍ତ ପୁରୀ ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ମଙ୍ଗଳବାର ଠାରୁ ପୁରୀ ମ୍ୟୁନିସିପାଲିଟିରେ କାମ କରୁଥିବା ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରିବେ ବୋଲି କହିଛନ୍ତି । ସେ ନେଇ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସଫେଇ କର୍ମଚାରୀ ସଙ୍ଘ କହିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.