ETV Bharat / city

ଦୁର୍ଘଟଣାରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ

author img

By

Published : Dec 27, 2021, 8:36 PM IST

ପୁରୀ ଅଠରନଳା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ନିକଟରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ପୋଲିସ ହାବିଲଦାର । ଅଧିକ ପଢନ୍ତୁ

ଦୁର୍ଘଟଣାରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ
ଦୁର୍ଘଟଣାରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ

ପୁରୀ: ଦୁର୍ଘଟଣାରେ ପୋଲିସ ହାବିଲଦାରଙ୍କ ମୃତ୍ୟୁ। ପୁରୀ ପେଣ୍ଠକଟା ଫାଣ୍ଡିରେ କାର୍ଯ୍ୟରତ ହାବିଲଦାର ପବିତ୍ର ମହାନ୍ତି ନିଜ ବାସଭବନକୁ ବାଇକ ଯୋଗେ ଯାଉଥିଲେ। ଅଠରନଳା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପବିତ୍ରଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଖବର ପାଇ ପୁରୀ ସଦର ଥାନା ପୋଲିସ ପବିତ୍ରଙ୍କର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସଦର ମହକୁମା ଚିକିତ୍ସାଳୟକୁ ପଠାଇଛି। ଏନେଇ ଏକ ମାମଲା ରୁଜୁ କରି ପୋଲିସ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ତଦନ୍ତ ଚଳାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.