ପୁରୀ: ଜିଲ୍ଲାରେ ଜିମ୍ନାଷ୍ଟିକ ଖେଳରେ ଅନିୟମିତତା ଅଭିଯୋଗ । ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି କ୍ରୀଡ଼ାବିତ ।
ଜାତୀୟ ଜୁନିୟର ଜିମ୍ନାଷ୍ଟିକ ଚମ୍ପିଆନସିପ୍ ପାଇଁ ଗତ ୭ ତାରିଖରେ ଖେଳାଳି ଚୟନ କରାଯାଇଥିଲା । ଏ ନେଇ ଖେଳାଳିମାନେ ୮ ତାରିଖରେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଥିଲେ ।
ପୁରୀ ଜିଲ୍ଲାରେ ବହୁ ସଂଖ୍ୟାରେ ଜିମ୍ନାଷ୍ଟିକ କ୍ରୀଡ଼ାବିତ ଥିଲେ ମଧ୍ୟ କାହାରିକୁ ଅବଗତ କରାନଯାଇ ଜିଲ୍ଲା ସଂଘର ସମ୍ପାଦକ ନିଜ ମନ ମୁତାବକ ଦୁଇ ଜଣ ବାଳକ ଓ ଜଣେ ବାଳିକାଙ୍କ ପଠାଇଦେଇଛନ୍ତି ।
ଚୟନ ପ୍ରକ୍ରିୟାରେ ଜାଲିଆତି କରି କୃତି କ୍ରୀଡ଼ାବିତଙ୍କୁ ବାଦ୍ ଦେଇ ନିଜ ଇଚ୍ଛାରେ ପିଲାମାନଙ୍କୁ ଚୟନ କରିଥିବାରୁ ଏହାର ତଦନ୍ତ କରି ଖେଳାଳିଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ