ପୁରୀ: ଆଜି ପିପିଲି ଉପନିର୍ବାଚନ ଲାଗି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ନାମାଙ୍କନ ଦାଖଲ ପୂର୍ବରୁ ପିପିଲିରୁ ପୁରୀ ଅଭିମୁଖେ ଏକ ରାଲି ବାହାରିଛି । ବରିଷ୍ଠ ନେତା ପ୍ରତାପ ଦେବ, ସମୀର ରଞ୍ଜନ ଦାଶ, ଉମାକାନ୍ତ ସାମନ୍ତ ରାୟ ରାଲିରେ ସାମିଲ ହୋଇଛନ୍ତି । ରୁଦ୍ର ମହାରଥୀଙ୍କ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତି ରହିଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବାପା ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ପିପିଲି ନିର୍ବାଚନମଣ୍ଡଳୀର ବିକାଶ ତାଙ୍କ ମୁଖ୍ୟ ଏଜେଣ୍ଡା ଥିବା ପ୍ରତିକ୍ରିୟାରେ ରୁଦ୍ର ମହାରଥୀ କହିଛନ୍ତି । ଭଉଣୀ ପଲ୍ଲବୀ ବାପା ପ୍ରଦୀପ ମହାରଥୀଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି, ସବୁବେଳେ ବାପାଙ୍କ ସହ ଆସନ୍ତି ଆସୁ ଆଜି ଭାଇ ଆସିଛି । କେବଳ ଲକ୍ଷ୍ୟ ରହିବ ବିପୁଳ ଭୋଟରେ ବିଜୟୀ ହେବୁ । ଭାଇ ସହ ଆର୍ଶୀବାଦ ରହିଛି ଯେମିତି ସେ ବାପାଙ୍କ ପରି ନାଁ କରିବ । ସବୁବେଳେ ବାପାଙ୍କ ସାଥିରେ ଥିଲେ ଭାଇ ସହ ମଧ୍ୟ ରହିଛି । ଯେଉଁଭଳି ବାପାଙ୍କ ସହ ଥିଲେ ସେହିଭଳି ଭାଇ ସହ ରହିବାକୁ ପିପିଲିବାସୀଙ୍କୁ ଅନୁରୋଧ କରିଛନ୍ତି ପଲ୍ଲବୀ ।
ସେହିପରି ବିଜେଡିର ବରିଷ୍ଠ ନେତା ସମୀର ଦାଶ କହିଛନ୍ତି, ଏପ୍ରିଲ 17 ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକ ପଡୁଛି । ନିଶ୍ଚିତ ପିପିଲି ଓ ଡେଲାଙ୍ଗବାସୀଙ୍କ ଯେଉଁ ଭଲ ପାଇବା ବିଜୁ ବାବୁଙ୍କ ପାଇଁ ଅଛି ତାହା ଭୋଟରେ ପରିଗଣିତ ହେବ । ମେ 2 ରେ ପୁଣି ଥରେ ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ନାରା ନେଇ ନିର୍ବାଚନ ଜିତିବ ।
ଅନ୍ୟପଟେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଦଳ କନ୍ଦଳକୁ ଖାରଜ କରିଛନ୍ତି । ଉପନିର୍ବାଚନରେ ବିଜେଡି ସଭାପତିଙ୍କ ଠାରୁ ଆରମ୍ଭ କରି ତୃଣମୂଲ ସ୍ତରର ସହ ନିର୍ବାଚନ ଲଢେ । ବିଜେଡି ସର୍ବଦା ଏକାଠି ରହିଛି । ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ରଣହୁଙ୍କାର ନେଇ ଆଗକୁ ବଢିବୁ ବୋଲି କହିଛନ୍ତି ପ୍ରତାପ । ସୂଚନାଯୋଗ୍ୟ, ଆଜି ନାମାଙ୍କନର ଶେଷରେ ଦିନ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୂର୍ବରୁ ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜର ନାମାଙ୍କନ ଭରିଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ