ETV Bharat / city

ପୁରୀ ହସ୍ପିଟାଲରେ ଅଭାବନୀୟ ଘଟଣା, ଇଞ୍ଜେକ୍ସନ ନେଇ ଅସୁସ୍ଥ ଅନେକ ରୋଗୀ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ଭେଷଜ ୱାର୍ଡରେ ଇଞ୍ଜେକ୍ସନ ନେଇ ରୋଗୀ ଅସୁସ୍ଥ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ...

author img

By

Published : Jun 26, 2021, 10:32 PM IST

patients fall ill, patients fall ill after getting injection, puri hospital, ଇଞ୍ଜେକ୍ସନ ନେଇ ରୋଗୀ ଅସୁସ୍ଥ, ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ,  ପୁରୁଷ ଭେଷଜ ୱାର୍ଡ
ଇଞ୍ଜେକ୍ସନ ନେଇ ଅସୁସ୍ଥ ହେଲେ ରୋଗୀ

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ଭେଷଜ ୱାର୍ଡରେ ଅଭାବନୀୟ ଘଟଣା l ଇଞ୍ଜେକ୍ସନ ନେଇ ରୋଗୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।

ଇଞ୍ଜେକ୍ସନ ନେଇ ଅସୁସ୍ଥ ହେଲେ ରୋଗୀ

ସୂଚନା ଅନୁସାରେ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ମୁତାବକ ନର୍ସ ରୋଗୀମାନଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ତାପରେ ୱାର୍ଡରେ ଏକା ସାଙ୍ଗରେ ସମସ୍ତ ରୋଗୀ ଥରିବା ସହ ସେମାନଙ୍କର ବାନ୍ତି ଓ ଜ୍ଵର ହୋଇଥିଲା ଯାହାକୁ ନେଇ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା।

ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଇଞ୍ଜେକ୍ସନ ଦେବାର ଦେଢ ଘଣ୍ଟା ପରେ ୱାର୍ଡର ସମସ୍ତ ରୋଗୀ ଥରିବାକୁ ଲାଗିଥିଲେ l ଭୁଲ୍ ଇଞ୍ଜକ୍ସନ ଦେବାରୁ ଅନେକ ରୋଗୀ କିଛି ସମୟ ପାଇଁ ଗୁରୁତର ଆହତ ହୋଇପଡିଥିବା ଅଭିଯୋଗ ହୋଇଥିଲା। ପରେ ଡାକ୍ତର ଆସି ପୁର୍ନବାର ଇଞ୍ଜେକ୍ସନ ଦେବାପରେ ରୋଗୀମାନେ ସାମାନ୍ୟ ସୁସ୍ଥ ଅନୁଭବ କରିଛନ୍ତି। ତେବେ ଏସମ୍ପର୍କରେ ଡାକ୍ତର କହନ୍ତି ଯେ ଆଣ୍ଟିବାୟୋଟିକ ଇଞ୍ଜେକ୍ସନର ଏହା ପାର୍ଶ୍ବପ୍ରତିକ୍ରିୟା ହୋଇଥିଲା । ପରେ ଏହାକୁ ରୋକିବା ପାଇଁ ଇଞ୍ଜେକସନ ଦେବାପରେ ସମସ୍ତେ ସୁସ୍ଥ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.