ETV Bharat / city

ଭାରତକୁ ଭ୍ୟାକ୍ସିନ; ବାଲୁକାକଳାରେ ସର୍ବବୃହତ୍ତ ଟୀକାକରଣକୁ ସ୍ବାଗତ କଲେ ସୁଦର୍ଶନ - ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବିଶ୍ବର ସର୍ବବୃହତ୍ତ ଟୀକାକରଣରକୁ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ଭାରତକୁ ଭ୍ୟାକ୍ସିନ ଚିତ୍ରକଳା କରି ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ବାଲୁକାକଳାରେ ଟୀକାକରଣକୁ ସ୍ବାଗତ କଲେ ସୁଦର୍ଶନ

author img

By

Published : Jan 16, 2021, 10:04 AM IST

ପୁରୀ: ଆଜିଠୁ ଦେଶରେ ଟୀକାକରଣର ବଡ ଅଭିଯାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭାରମ୍ଭ ପରେ ଆରମ୍ଭ ହେବ ଟୀକାକରଣ । ଏହି ଅବସରରେ ବାଲୁକା କଳାରେ ଭାରତକୁ ଭ୍ୟାକସିନ ଚିତ୍ର ଆଙ୍କି ଟିକାକୁ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମହାମାରୀର ମହାଲଢେଇରେ ସମସ୍ତେ ମିଳିମିଶି କୋରାନା ବିରୁଦ୍ଧରେ ଆମର ବିଜୟ ହେବ କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ମହାମାରୀ ବିପକ୍ଷରେ ଅନ୍ତିମ ମହାଲଢେଇ । କୋରୋନାକୁ ମାତ ଦେବ ମହୋଷୌଧି କୋରୋନା ଟିକା । ପ୍ରାଥମିକ ପର୍ଯ୍ୟାୟରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସଞ୍ଜିବନୀ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3006 କେନ୍ଦ୍ରରେ ଟୀକକାରଣ କରାଯିବ । ପ୍ରତି କେନ୍ଦ୍ରରେ 100 ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା । ଟିକା କେନ୍ଦ୍ରରେ 5 ଜଣିଆ ଟିମ ନିୟୋଜିତ ହୋଇଛନ୍ତି । ଟୀକାକରଣ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସ୍ତୁତ ରହିଛି ।

ଟୀକାକରଣ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି । ସ୍ବାସ୍ଥ୍ୟମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ 18 ବର୍ଷରୁ କମ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ ଦିଆଯିବନି କୋଭିଡ ଟିକା ।

ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆ) ଦେଶର ଦୁଇଟି କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି କୋଭିସିଲ୍ଡକୁ ଆଷ୍ଟ୍ରେଜେନିକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ବିକଶିତ କରାଯାଇଥିବାବେଳେ କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଯାହା ଭାରତ ବାୟୋଟେକ ସହିତ ଆଇସିଏମଆର ପକ୍ଷରୁ ବିକଶିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.