ETV Bharat / city

ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ: ଧାନ ବିକ୍ରୟ ପାଇଁ ୪୭ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ପଞ୍ଜିକରଣ

ପୁରୀରେ ଖରିଫ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଡିସେମ୍ବର ୨୨ରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ...

author img

By

Published : Nov 13, 2021, 10:29 PM IST

ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲାରେ ଖରିଫ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୨୨ ତାରିଖରୁ ପ୍ରଥମେ ପିପିଲି ଓ ନିମାପଡା ବ୍ଲକ ଏବଂ ଜାନୁୟାରୀ ୨ ତାରିଖରୁ ଅନ୍ୟ ବ୍ଲକ ଗୁଡିକ ନିମନ୍ତେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଧାନ ସଂଗ୍ରହ ନିମନ୍ତେ ୧୧ଟି ବ୍ଲକର ୧୯୧ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ କରିଥିବାବେଳେ ୧୮୪ଟି ସମିତିର ପଞ୍ଜିକରଣ ବୈଧ ରହିଛି ।

ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ସେହିଭଳି ଧାନ ବିକ୍ରୟ ନିମନ୍ତେ ୪୭ ହଜାର ୧୧୯ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୪୬ ହଜାର ୧୩୦ ଜଣଙ୍କ ପଞ୍ଜିକରଣ ବୈଧ ରହିଛି । ଚଳିତ ଖରିଫ ଋତୁ ନିମନ୍ତେ ୬୬ ହଜାର ମେଟ୍ରିକ ଟନ ଚାଉଳ ଓ ୯୭ ହଜାର ମେଟିକ୍ ଟନ ଧାନ ସଂଗ୍ରହ କରିବା ଲକ୍ଷଧାର୍ଯ୍ୟ କରାଯାଇଛି । ସାଧାରଣ କିସମ ଧାନ ପାଇଁ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ଓ ଗ୍ରେଡ ଏ ଧାନ ପାଇଁ ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହ ନିମନ୍ତେ ସ୍ବଚ୍ଛତା ଅବଲମ୍ବନ ସହ ଚାଷୀମାନେ ଯେପରି ଉପଯୁକ୍ତ ପ୍ରାପ୍ୟ ପାଇବେ ଜିଲ୍ଲାପାଳ ସମର୍ଥ ବର୍ମା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏଥିନିମନ୍ତେ ସମ୍ପୃକ୍ତ ସମବାୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ କହିଛନ୍ତି । କୃଷ୍ଣପ୍ରସାଦ ବ୍ଲକର ଚିଲିକା ପାର୍ଶ୍ବରେ ଥିବା ୮ଟି ସମବାୟ ନିମନ୍ତେ ଧାନ ସଂଗ୍ରହ ପାଇଁ ଅନ୍ୟ ଜିଲ୍ଲାର ମିଲରଙ୍କୁ ନିଯୁକ୍ତ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ, ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ସମତେ ବହୁ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.