ETV Bharat / city

ପୁରୀରେ ପିସିସି ସଭାପତି ଶରତ ପଟ୍ଟନାୟକ: ମହାପ୍ରଭୁଙ୍କୁ କଲେ ଦର୍ଶନ, ଦଳକୁ ମଜବୁତ କରିବା ନେଇ ନେଲେ ପଣ - ନୂତନ ପିସିସି ସଭାପତିଙ୍କ ପୁରୀ ଗସ୍ତ

ପିସିସିର ନୂଆ ସଭାପତି ଶରତ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁଣି ସେ ରାଜ୍ୟରେ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ତରରୁ ମଜଭୁତ କରିବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ

author img

By

Published : May 31, 2022, 5:00 PM IST

Updated : May 31, 2022, 5:18 PM IST

ପୁରୀ: ପିସିସିର ନୂଆ ସଭାପତି ଶରତ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁଣି ସେ ରାଜ୍ୟରେ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ତରରୁ ମଜଭୁତ କରିବେ ବୋଲି କହିଛନ୍ତି । ନବୀନ ସରକାରରେ ରାଜ୍ୟରେ ଗରିବୀ, ଚାଷୀ ମାରଣ ନୀତି, ବେକାରୀ, ସରକାରୀ ଅଫିସରେ ଦୁର୍ନୀତି ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ଏଭଳି ପ୍ରସଙ୍ଗକୁ ନେଇ ଅଗାମୀ ଦିନରେ ବିଜେଡିକୁ ଗାଦିରୁ ହଟାଇବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକ

ସେହିପରି କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଗରିବ ମାରଣ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ଜନସାଧାରଣ ଅତିଷ୍ଠ ହୋଇଥିବା ନେଇ ନୂତନ ପିସିସି ସଭାପତି ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କ ପୁଞ୍ଜିଭୁତ ଅସନ୍ତୋଷକୁ ପାଥେୟ କରି ବିଜେପି ବିରୋଧରେ କଂଗ୍ରେସ ଲଢେଇ କରିବ ବୋଲି ପିସିସି ସଭାପତି କହିଛନ୍ତି । ଅଗାମୀ ଦିନରେ କଂଗ୍ରେସକୁ ମଜଭୁତ କରିବା ପାଇଁ ପ୍ରୟାସ କରିବ କଂଗ୍ରେସ ।

ତାସହ ଆଗାମୀ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସକୁ ସଂଗଠିତ କରାଯିବ । ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ପୁରୀ ଗସ୍ତ କରିଛନ୍ତି ଶରତ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲା ସଂଗଠନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶତାଧିକ କର୍ମୀଙ୍କ ସହ ପ୍ରଥମେ ଅଠରନଳାରୁ ବାଇକ ଶୋଭାଯାତ୍ରା ଓ ମାର୍କେଟ ଛକରୁ ପଦଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଇଟିଭି ଭାରତ, ପୁରୀ

Last Updated : May 31, 2022, 5:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.