ETV Bharat / city

ଆଇସକ୍ରିମ କାଠିରେ ତିଆରି କଲେ ମହାପ୍ରଭୁଙ୍କ ରଥ - ପୁରୀ ରଥଯାତ୍ରା 2021

ଆଇସକ୍ରିମ କାଠିରେ ତିଆର କଲେ ରଥ । ମହାପ୍ରଭୁଙ୍କ ରଥ ତିଆରି କରି ବେଶ ପ୍ରଶଂସା ସାଉଁଟିଛନ୍ତି ପୁରୀର ଯୁବଶିଳ୍ପୀ । ଅଧିକ ପଢନ୍ତୁ...

mahaprabhu ratha create on ice creame stick in puri
ଆଇସକ୍ରିମ କାଠିରେ ତିଆରି କଲେ ମହାପ୍ରଭୁଙ୍କ ରଥ
author img

By

Published : Jul 7, 2021, 7:05 PM IST

ପୁରୀ: ଆଇସକ୍ରିମ କାଠିରେ ତିଆର କଲେ ରଥ । ମହାପ୍ରଭୁଙ୍କ ରଥ ତିଆରି କରି ବେଶ ପ୍ରଶଂସା ସାଉଁଟିଛନ୍ତି ପୁରୀର ଯୁବଶିଳ୍ପୀ । କୋରୋନା କଟକଣା ମଧ୍ୟରେ ପାଳନ କରାଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ।

ଆଇସକ୍ରିମ କାଠିରେ ତିଆରି କଲେ ମହାପ୍ରଭୁଙ୍କ ରଥ

ପୁରୀର ଯୁବଶିଳ୍ପୀ ବିଶ୍ବଜିତ ନାୟକ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଆଇସକ୍ରିମ କାଠିରେ ଅବିକଳ ନନ୍ଦିଘୋଷ ରଥ ପରି ଏକ ରଥ କଳାକୃତି ନିର୍ମାଣ କରିଛନ୍ତି। ୧୬ଇଞ୍ଚ ଉଚ୍ଚ ଏବଂ ୧୩ ଇଞ୍ଚ ଚଉଡା ବିଶିଷ୍ଟ ଏହି ରଥ ନିର୍ମାଣରେ ୯୭୫ ଟି ଆଇସକ୍ରିମ କାଠି ବ୍ୟବହାର କରାଯାଇଛି। ଏଥି ପାଇଁ ଶିଳ୍ପୀ ବିଶ୍ବଜିତଙ୍କୁ ୫ ଦିନ ସମୟ ଲାଗିଥିଲା। ସେ ଏହି କଳାକୃତି ଭକ୍ତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ସମଗ୍ର ଶ୍ରୀଜଗନ୍ନାଥପ୍ରେମୀଙ୍କ ପାଇଁ ସେ ଏହି କଳାକୃତି ତିଆରି କରିଛନ୍ତି। ବିଶ୍ବଜିତ ପୂର୍ବରୁ ଆଇସକ୍ରିମ କାଠିରେ ଵିଭିନ୍ନ କଳାକୃତି କରି ଲିମକା ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛନ୍ତି।

ସୂଚନାଥାଉକି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। କୌଣସି ବ୍ୟକ୍ତି ବଡଦାଣ୍ଡକୁ ଆସିପାରିବେ ନାହିଁ। କେବଳ ଘରେ ରହି ରଥଯାତ୍ରା ଦେଖିବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.