ପୁରୀ: ଜିଲ୍ଲାର ସତ୍ୟବାଦୀ ଥାନା ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ । ସାକ୍ଷୀଗୋପାଳ ଦକ୍ଷିଣକାଳୀ ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି । ମା’ ଦକ୍ଷିଣକାଳୀଙ୍କ ଥିବା 2 ଗୋଟି ରୂପା ମୁକୁଟ, 2 ଗୋଟି ରୂପା ମୁଣ୍ତ ମାଳ, ଗୋଟିଏ ରୂପା ଛତା, ସୁନା ମଙ୍ଗଳ ସୂତ୍ର, ଦାନ ହୁଣ୍ଡିରେ ଥିବା ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ।
କେତେ ଟଙ୍କାର ସାମଗ୍ରୀ ଓ ଟଙ୍କା ଚୋରି ହୋଇଥିବା ଜଣାପଡି ନଥିବାବେଳେ ଚୋରି ଅଳଙ୍କାର ଲକ୍ଷାଧିକ ଟଙ୍କାର ମୂଲ୍ୟ ହେବ ବୋଲି ଅନୁମାନ କରାଯାଉଛି। ସକାଳୁ ପୂଜକ ପୂଜା କରିବା ନିମନ୍ତେ ମନ୍ଦିର ଭିତରେ ପ୍ରବେଶ ବେଳେ ମନ୍ଦିର ଭିତରେ ଚୋରି ହୋଇଥିବା ଦେଖିଥିଲେ ।
ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ କୌଣସି ଟେର ପୋଲିସ ପାଇନି । ଅନ୍ୟପଟେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ