ETV Bharat / city

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି - janmastami

ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମନୀତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ପାଳନ
ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ପାଳନ
author img

By

Published : Aug 30, 2021, 8:45 AM IST

Updated : Aug 30, 2021, 12:27 PM IST

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ପୁରପଲ୍ଲୀ ହୋଇଛି ଭକ୍ତିମୟ । ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଛି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ।

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି

ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣ ଓ ବଳରାମ ଆଦି ସମସ୍ତ ଅବତାର ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ ଜନ୍ମ ନିଅନ୍ତି । ମା’ଦେବକୀ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେଇଥାନ୍ତି । ରବିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜେଉଟ ଭୋଗ ଲାଗି କରାଯାଇଛି । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଠାକୁରଙ୍କୁ ଏହି ବିଶେଷ ଭୋଗ ଲାଗି କରାଯାଏ । ଏଥିସହ ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ ।

ଗତକାଲି(ରିବାବାର) ବଡ଼ଦେଉଳରେ ଶ୍ରୀବିଗ୍ରହଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲ। । ଅପରାହ୍ନ ୫ଟା ୪୦ ମିନିଟ୍‌ ବେଶ ଶେଷ ହୋଇଥିଲା । ସନ୍ଧ୍ୟାଧୂପ ସରିବା ପରେ ପାଣି ପଡ଼ି ଜୟବିଜୟ ଦ୍ଵାର ବନ୍ଦ ହୋଇଥିଲା । ଅଣସର ପିଣ୍ଡିଠାରେ ସ୍ବତନ୍ତ୍ର ଜେଉଟ ଭୋଗ ଲାଗି ହୋଇଥିଲା ।

ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରିଥିଲେ । ରାତିରେ ଜେଉଟ ଭୋଗ ଲାଗି ନୀତି ସମ୍ପନ୍ନ ହୋଇଥିଲା । ୩ ବାଡ଼ରେ ବନ୍ଦାପନା ପରେ ମହାପ୍ରଭୁଙ୍କ ବାଡ଼ରେ ଅଧିକ ଥରେ ବନ୍ଦାପନା ହୋଇଥିଲା । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଏହାପରେ ଯଥାବିଧ ଠାକୁରଙ୍କ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Aug 30, 2021, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.