ETV Bharat / city

ପୁରୀ: 117 ବର୍ଷ ପରେ ହୋଇପାରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ !

author img

By

Published : Aug 7, 2022, 10:49 PM IST

ଶ୍ରୀମନ୍ଦିର ପରିଚାଳନା କମିଟିରେ ଭିତର ରତ୍ନ ଭଣ୍ଡାର ଖୋଲିବା ଏବଂ ମହାପ୍ରଭୁଙ୍କ ରଘୁନାଥ ବେଶ ନେଇ ହୋଇ ପାରିଲାନି ଆଲୋଚନା । ତେବେ ଆସନ୍ତା ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଆଲୋଚନା ହେବ । ତେବେ ରତ୍ନ ଭଣ୍ଡାର ଖୋଲୁ ନଥିବାରୁ ମହାପ୍ରଭୁଙ୍କର ଅନେକ ଦୁର୍ଲଭ ବେଶ ହୋଇପାରୁ ନାହିଁ । ରତ୍ନ ଭଣ୍ଡାର ଖୋଲିଲେ ଶ୍ରୀମନ୍ଦିରରେ 117 ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ ହେବାର ସମ୍ଭାବନା ଦେଖା ଦେଇଛି ! ଅଧିକ ପଢ଼ନ୍ତୁ

ପୁରୀ: 117 ବର୍ଷ ପରେ ହୋଇପାରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ !
ପୁରୀ: 117 ବର୍ଷ ପରେ ହୋଇପାରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ !

ପୁରୀ : ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ! ଦୀର୍ଘବର୍ଷ ପରେ ହୋଇପାରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ । ଏନେଇ ଭକ୍ତ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ରଘୁନାଥ ବେଶ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ କୌଣସି ଆଲୋଚନା ହୋଇନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ସରକାର ରଘୁନାଥ ବେଶ କରିବା ନେଇ ପଛଘୁଞ୍ଚା ନଦେଇ ମହାପ୍ରଭୁଙ୍କ ବିଲୁପ୍ତ ହେବାକୁ ଥିବା ପରମ୍ପରା ବଜାୟ ରଖିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ସଂସ୍କୃତି ଗବେଷକ । ଅନ୍ୟପକ୍ଷରେ ଆମ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ବଡ଼ ଭକ୍ତ ହୋଇଥିବାରୁ ସେ ନିଜେ ଦାୟିତ୍ଵ ନେଇ ମହାପ୍ରଭୁଙ୍କ ଦେବ ଦୁର୍ଲ୍ଲଭ ରଘୁନାଥ ବେଶ କରନ୍ତୁ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଛନ୍ତି ।

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଭଳି ରଘୁନାଥ ବେଶ ଅନନ୍ୟ । ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମତିଥି ପୁଷ୍ୟାନକ୍ଷତ୍ର ଯୁକ୍ତ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ । ଶେଷ ଥର 1905 ମସିହାରେ ଏହି ବେଶ ଦେଖିବାକୁ ମିଳିଥିଲା । ସେବେଠାରୁ ଅର୍ଥାତ ଦୀର୍ଘ 117 ବର୍ଷ ଧରି ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ରହିଛନ୍ତି । ସ୍ବାଧୀନତା ପରେ କୌଣସି ସରକାର ଏହି ବେଶ କରିବାରେ ସମର୍ଥ ହୋଇ ନାହାନ୍ତି । ତେବେ 1969, 1983 ମସିହାରେ ସରକାର ଏହି ବେଶ ପାଇଁ ପ୍ରସ୍ତୁତି କରିଥଲେ ମଧ୍ଯ ଏହା ସମ୍ଭବ ହୋଇ ନଥିଲା ।

ରେକର୍ଡ ଅନୁସାରେ ୧୫୭୭ଖ୍ରୀଷ୍ଟାବ୍ଦରୁ ୧୯୦୫ମସିହା ମଧ୍ୟରେ 9ଥର ଅନୁଷ୍ଠିତ ହୋଇଥିଲା ରଘୁନାଥ ବେଶ । ଏବେ ପୁଣିଥରେ ଏହି ବେଶ ଅନୁଷ୍ଠିତ ହେବାକୁ ଯାଉଥିବା ନେଇ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି । ବେଶ ପାଇଁ ଭିତର ରତ୍ନ ଭଣ୍ଡାରରୁ ଆସିବ ମହଣ ମହଣ ସୁନା ଅଳଙ୍କାର । ମହାପ୍ରଭୁଙ୍କ ଏହି ବେଶ କରିବାକୁ ହେଲେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର‌ ଖୋଲିବାକୁ ପଡ଼ିବ । କାରଣ ମହାପ୍ରଭୁଙ୍କ ଏହି ବେଶ ସାମଗ୍ରୀ ଭିତର ରତ୍ନ ଭଣ୍ଡାରରେ ଗଚ୍ଛିତ ରହିଛି । ତେବେ ଭିତର ରତ୍ନ ଭଣ୍ଡାର ଖୋଲିବ କି ନାହିଁ ସେ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ରତ୍ନଭଣ୍ଡାର‌ ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ପରବର୍ତ୍ତୀ ବୈଠକରେ ଆଲୋଚନା ହେବ ବୋଲି ସୂଚନା ଦେଇଥିଲେ କମିଟିର ସଦସ୍ୟ ଦୂର୍ଗା ଦାସ ମହାପାତ୍ର । ଏଣୁ ରତ୍ନଭଣ୍ଡାର ଖୋଲିବା ନେଇ ଆଶା ସଂଚାର ହୋଇଛି । ସେପଟେ ରତ୍ନ ଭଣ୍ଡାର ଖୋଲା ଯାଉନଥିବା କାରଣରୁ ମହାପ୍ରଭୁଙ୍କର ଅନେକ ଦୁର୍ଲଭ ବେଶ ହୋଇ ପାରୁନଥିବା ଅଭିଯୋଗ ହେଉଛି ।

ସରକାର ରତ୍ନ ଭଣ୍ଡାର ଖୋଲିବା ଦାବି ଉପରେ ପଛଘୁଞ୍ଚା ଦେଉଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ତେବେ ପରମ୍ପରା ଅନୁଯାୟୀ ବୈଶାଖ ମାସ ରାମାଭିଶେକ ଦିନ ପୁଷ୍ଯା ନକ୍ଷତ୍ର ଓ କର୍କଟ ରାଶି ଏକ ସଙ୍ଗେ ପଡିଲେ ସେହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ରହିଛି ସ୍ବତନ୍ତ୍ର ପରମ୍ପରା । ମହାପ୍ରଭୁ ହୀରା, ନୀଳା, ମୋତି ମାଣିକ ସହିତ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି । ସୁବର୍ଣ୍ଣର ଧନୁଶର ଧାରଣ କରିଥାନ୍ତି ।

ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀରାମ ଓ ବଡଠାକୁର ଶ୍ରୀବଳଭଦ୍ର ଲକ୍ଷ୍ମଣଙ୍କ ବେଶରେ ଶୃଙ୍ଗାର ହୋଇଥାନ୍ତି । ରତ୍ନ ସିଂହାସନ ଠାରୁ କଳାହାଟ ଦ୍ବାର ପର୍ଯ୍ୟନ୍ତ ହୋଇଥାଏ ଶ୍ରୀରାମଙ୍କ ଦରବାର । ରତ୍ନ ସିଂହାସନ ଭଳି କାଠ ନିର୍ମିତ ଆଉ ଏକ ସିଂହାସନରେ ବିରାଜମାନ କରିଥାନ୍ତି ହନୁମାନ, ସୁଗ୍ରୀବ, ନଳ,ନୀଳ, ଜାମ୍ବବାନ,ବିଭିଷଣ ଆଦି ରାଜ ପରିଷଦ ବର୍ଗଙ୍କ ସହ ବହୁ ମୁନିରୂଷିଙ୍କ ରୂପା ଖଚିତ ମୂର୍ତ୍ତି । ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ମହାପ୍ରଭୁଙ୍କ ଏହି ଦେବ ଦୁର୍ଲଭ ବେଶ ଓ ପରମ୍ପରା ସରକାର ବଜାୟ ରଖନ୍ତୁ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.