ETV Bharat / city

23ରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ, ପ୍ରସ୍ତୁତି ଚୂଡାନ୍ତ

ଆସନ୍ତା ୨୩ରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କଲା ପ୍ରଶାସନ । ଅଧିକ ପଢନ୍ତୁ...

author img

By

Published : Aug 21, 2021, 4:46 PM IST

23ରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ପ୍ରସ୍ତୁତି ଚୂଡାନ୍ତ

ପୁରୀ: ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୨୩ରୁ ସାଧାରଣ ଦର୍ଶନକୁ ମିଳିଛି ଅନୁମତି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ କେବଳ ପୁରୀ ପୌରାଞ୍ଚଳ ବାସିନ୍ଦା ଏହି ସୁବିଧା ପାଇଥିଲେ । ଗତ ୧୬ ତାରିଖରୁ ସ୍ବତନ୍ତ୍ର ଭାବେ ଆରମ୍ଭ ହୋଇଥିବା ପୁରୀ ସହରର ଓ୍ୱାର୍ଡ଼ ଅନୁସାରେ ଦର୍ଶନ ବ୍ୟବସ୍ଥା ଶୁକ୍ରବାର ଠାରୁ ଶେଷ ହୋଇଛି । ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ବାହାର ଓ ଭିତର ସାନିଟାଇଜ ହେବାକୁ ଥିବାରୁ ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ ରହିଛି ।

ଅନ୍ୟପଟେ ୨୩ରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପ୍ରଶାସନିକ ସ୍ତରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଉଛି । ଶ୍ରଦ୍ଧାଳୁ ମାନେ କୋଭିଡ କଟକଣା ପାଳନ ପୂର୍ବକ RT-PCR ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟୀକାକରଣ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବାରିକେଡ ପ୍ରସ୍ତୁତ ହୋଇଛି ।

ଜନସମାଗମକୁ ଦୃଷ୍ଟିରେ ରଖି ବେଳାଭୂମି ଓ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରାଯିବା ବୋଲି ଏସପି କନୱର ବିଶାଳ ସିଂ କହିଛନ୍ତି । ଏହାବ୍ୟତୀତ ପୋଲିସ ପକ୍ଷରୁ QR କୋଡ୍ ମାଧ୍ୟମରେ ଫିଡବ୍ୟାକ୍ ନେବା ପାଇଁ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁ ମାନେ କିଭଳ ଦର୍ଶନ କଲେ, କ'ଣ ଅସୁବିଧା ହେଲା ଓ କ'ଣ ଭଲ ବ୍ୟବସ୍ଥା ହୋଇପାରିବ ସେନେଇ ଏହି ବ୍ୟବସ୍ଥାରେ ଫିଡବ୍ୟାକ୍ ନିଆଯିବ । ଯାହା ତ୍ରୁଟି ରହିବ ତାହାକୁ ସୁଧାରିବାକୁ ପ୍ରଶାସନ ପ୍ରୟାସ କରିବ ବୋଲି ଏସପି ଜଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.