ETV Bharat / city

କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

author img

By

Published : Oct 13, 2022, 10:59 PM IST

କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ କାର୍ତ୍ତିକ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପଡିବ । ତେବେ ଶ୍ରୀମନ୍ଦିରରେ କିପରି ନୀତିକାନ୍ତି ରହିବ ସେ ନେଇ ସୂଚନା ଦେଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡଃ ନରେଶ ଚନ୍ଦ୍ର ଦାଶ । ଅଧିକ ପଢନ୍ତୁ

କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି
କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: କାର୍ତ୍ତିକ ମାସରେ ଉଭୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ପ୍ରଥମେ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବା ବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ । ତେବେ ଶ୍ରୀମନ୍ଦିରରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ମହାପ୍ରଭୂଙ୍କ ଅନେକ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ ।‌ ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର‌ ନୀତି କାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ‌ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ । ତେବେ ଶ୍ରୀମନ୍ଦିରରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ମହାପ୍ରଭୂଙ୍କ ଅନେକ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।‌ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ । ‌ଏହି ଦିନ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ତେଣୁ ଏହି ଦିନ ଭୋର ୪ ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।‌

ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର‌ ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୂଙ୍କର ଗ୍ରହଣ ମହାସ୍ନାନ ଆରମ୍ଭ ହେବ । ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ନଭେମ୍ବର ୮ରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହି ଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ତେଣୁ ଏହି ଦିନ ସକାଳ ୮ଟା ୨୯ ରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି ।

ଏହା ବି ପଢନ୍ତୁ- ହବିଷ୍ୟାଳୀଙ୍କ ପାଇଁ ବୃନ୍ଦାବତୀ ନିବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁଯାୟୀ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବ । କିନ୍ତୁ ଅନ୍ୟ ଦେବାଦେବୀ ମନ୍ଦିରରେ ଗ୍ରହଣ ସର୍ବମୋକ୍ଷ ପରେ ନୀତି ବଢ଼ିବ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତ ଅନୁସାରେ ଚଳିତ ୨୫ ତାରିଖ ମଙ୍ଗଳବାର ଦିବା ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ସୂର୍ଯ୍ୟପରାଗ ପୁରୀକୁ ସ୍ପର୍ଶ କରିବ ।

ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ସୂର୍ଯ୍ୟ ପରାଗ ସର୍ବମୋକ୍ଷ ହେବ । ଏକ ଘଣ୍ଟା ୩୦ ମିନିଟ ଧରି ଏହି ସୂର୍ଯ୍ୟ ପରାଗର ସମୟ ଅବଧି ରହିବ । ତେବେ ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ଲୋକେ ଗ୍ରହଣ ଦର୍ଶନ କରିବା ଅଶୁଭ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.