ETV Bharat / city

Emar Mutt: ଭଗ୍ନ ସିଂହମୂର୍ତ୍ତି ଉଦ୍ଧାର ଘଟଣା, ସ୍ଥିତି ଅନୁଧ୍ୟାନ କଲା ASI - ସ୍ଥିତି ଅନୁଧ୍ୟାନ କଲା ASI

ପୁରୀ ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ଉଦ୍ଧାର ମୂର୍ତ୍ତି ଯାଞ୍ଚ କରିଛି ଏଏସଆଇର ସ୍ବତନ୍ତ୍ର ଟିମ । ଅଧିକ ପଢନ୍ତୁ

ଭଗ୍ନ ସିଂହ ମୂର୍ତ୍ତି ଉଦ୍ଧାର ଘଟଣା, ସ୍ଥିତି ଅନୁଧ୍ୟାନ କଲା ASI

author img

By

Published : May 17, 2022, 8:13 PM IST

ପୁରୀ: ପୁରୀ ଏମାର ମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗ । ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଆଜି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ଉଦ୍ଧାର ମୂର୍ତ୍ତି ଯାଞ୍ଚ କରିଛି ଏଏସଆଇର ସ୍ବତନ୍ତ୍ର ଟିମ । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ବରେ ଏଏସଆଇ ଟିମ ଉଦ୍ଧାର ସିଂହମୂର୍ତ୍ତି ଯାଞ୍ଚ କରିବା ସହ ନମୂନା ସଂଗ୍ରହ କରିଛନ୍ତି ।

Emar Mutt: ଭଗ୍ନ ସିଂହ ମୂର୍ତ୍ତି ଉଦ୍ଧାର ଘଟଣା, ସ୍ଥିତି ଅନୁଧ୍ୟାନ କଲା ASI

ଏଥିରେ ଏଏସଆଇ ଅଧିକାରୀ, କର୍ମଚାରୀ, ପୁରୀ ଉପଜିଲ୍ଲାପାଳ, ଟାଟା ଓ ଓବିସିସି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଏମାରମଠ ଖନନସ୍ଥଳରୁ ମିଳିଲା ଆଉ ଏକ ନିର୍ମାଣର ଢାଞ୍ଚା । ୨ ଫୁଟରୁ ଅଧିକ ଚଉଡାର ଚଟାଣ ଉଦ୍ଧାର ହୋଇଛି।

ଗତକାଲି (ସୋମବାର) ଏମାର ମଠର ଖନନ ସ୍ଥଳରୁ ଉଦ୍ଧାର ହୋଇଥିବା ଖଣ୍ଡବିଖଣ୍ଡିତ ସିଂହମୂର୍ତ୍ତି ଉଦ୍ଧାର ହୋଇଥିଲା । ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଗୋଟିକିଆ ପଥରରେ ନିର୍ମିତ ଏହି ପ୍ରାଚୀନ ସିଂହ ମୂର୍ତ୍ତି ଠାବ ହେବା ପରେ ଅନ୍ୟ ଏକ ମୂର୍ତ୍ତୀ ଏବେ କେଉଁଠି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଆଜି ଏଏସଆଇ ଟିମ ପୁରୀରେ ପହଞ୍ଚିବା ପରେ ବୈଷୟିକ ଟିମ ଉଦ୍ଧାର ମୂର୍ତ୍ତିର ନୁମନା ସଂଗ୍ରହ ସହ ଅନୁଧ୍ୟାନ କରିଛନ୍ତି । ଉଦ୍ଧାର ମୂର୍ତ୍ତିକୁ ନେଇ ଏଏସଆଇ ଅଧୀକ୍ଷକ କହିଛନ୍ତି ଯେ, "ଉଦ୍ଧାର ହୋଇଥିବା ସିଂହମୂର୍ତ୍ତି ଗଙ୍ଗ ରାଜତ୍ବ ସମୟର ହୋଇଥାଇପାରେ । ନମୁନା ସଂଗ୍ରହ ହୋଇଛି । ପରୀକ୍ଷା ପରେ ସ୍ପଷ୍ଟ ହେବ ମୂର୍ତ୍ତି କେବେକାର ।"

କ'ଣ ପୁରା ଘଟଣା ?

ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପର ଅଶଂ ବିଶେଷ 2020 ରେ ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣରେ ଥିବା ଐତିହ୍ୟ ଏମାର ମଠକୁ ଭାଙ୍ଗିଥିଲା ପ୍ରଶାସନ । ହେଲେ ନିକଟରେ ଏହି ସ୍ଥାନକୁ ଖୋଳୁଛି ପ୍ରଶାସନ। ପ୍ରସ୍ତାବିତ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର କରିବାକୁ‌ ଜାଗା ଅଭାବରୁ ଏମାର ମଠର ମୂଳମନ୍ଦିରର କିଛି ଅଂଶ ଛାଡି ପୁଣି ଭଙ୍ଗାଭଙ୍ଗି କରିଥିଲା ପ୍ରଶାସନ । ଆଉ ଏହି ସମୟରେ ଖନନ ସ୍ଥଳରୁ ହିଁ ବିରାଟ ସିଂହମୂର୍ତ୍ତି ମିଳିଛି। ଯାହାର ଗୋଲେଇ ୪ ଫୁଟ ଓ ଲମ୍ବା ପ୍ରାୟ ୫ ଫୁଟ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.