ପୁରୀ: କାଳବୈଶାଖୀ ବର୍ଷା । ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ହୋଇଛି । ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ମୂଷଳ ଧାରାରେ ବର୍ଷା ହୋଇଛି ।
ହଠାତ କଳାହାଣ୍ଡିଆ ମେଘ ମାଡି ଆସିବା ସହ ପ୍ରବଳ ପବନ ବି ହୋଇଥିଲା। ତେବେ ବର୍ଷା ଯୋଗୁଁ କ୍ଷୟ କ୍ଷତି ଘଟିନାହିଁ। ତେବେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ ଗୁଳୁଗୁଳି ଓ ଗରମରୁ ପୁରୀବାସୀ ରକ୍ଷା ପାଇଛନ୍ତି । ତେବେ ପ୍ରବଳ ବର୍ଷା ଯୋଗୁଁ କିଛି ସମୟ ପାଇଁ ବଡ଼ ଦାଣ୍ଡରେ ଜଳସ୍ତର ବଢିବା ଯୋଗୁଁ ବଡଦାଣ୍ଡ ବୁଡି ରହିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ