ETV Bharat / city

ସରିଲା କାର୍ତ୍ତିକ: ଜଗା ଠୁ ବିଦାୟ ନେଲେ ହବିଷ୍ୟାଳି

author img

By

Published : Nov 13, 2019, 11:55 AM IST

ସରିଲା କାର୍ତ୍ତିକ ବ୍ରତ । ଘର ବାହୁଡା ହବିଷ୍ୟାଳି । ଶ୍ରୀକ୍ଷେତ୍ରରୁ ବିଦାୟ ନେଲେ ହବିଷ୍ୟାଳି । ଘରକୁ ଯିବାକୁ ଯେତିକି ଆନନ୍ଦ ସେତିକି ଦୁଃଖିତ ଦେଖିବାକୁ ମିିଳିଥିଲା।

ଜଗା ଠୁ ବିଦାୟ ନେଲେ ହବିଷ୍ୟାଳି

ପୁରୀ: ସରିଛି କାର୍ତ୍ତିକ ବ୍ରତ । ଘର ବାହୁଡା ହବିଷ୍ୟାଳି । ନିଜ ନିଜ ଘର ଲୋକଙ୍କ ଦାୟିତ୍ବରେ ଘରକୁ ଫେରୁଛନ୍ତି । ଦୀର୍ଘ 1ମାସ ଧରି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ପରେ ଆଜି ଏଠାରୁ ବିଦାୟ ନେଉଛନ୍ତି । ଦିନକୁ ଥରେ ହବିଷ୍ୟାନ ଗ୍ରହଣ କରି ନିଷ୍ଠାର ସହ ପାଳନ କରିଥିଲେ କାର୍ତ୍ତିକ ବ୍ରତ । ତେବେ ଘରକୁ ଯିବାକୁ ଯେତିକି ଆନନ୍ଦ ସେତିକି ଦୁଃଖିତ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଦୀର୍ଘ 1 ମାସ ଧରି ହିବଷ୍ୟାଳି କ୍ୟାମ୍ପରେ ହଜାର ହଜାର ହବିଷ୍ୟାଳି ସାଥୀଙ୍କ ସହ ସକାଳୁ ଉଠି ଚଉରା ପୂଜା କରୁଥିଲେ । ଏହା ପରେ ରାଇ ଦାମୋଦର ପୂଜା, ଜଗନ୍ନାଥ ଦର୍ଶନ, ସନ୍ଧ୍ୟାରେ ପୁରାଣ ପାଠ, ମହାପ୍ରସାଦ ସେବନକୁ ନେଇ ବେଶ ଆନନ୍ଦରେ ସମୟ କଟାଇଥିଲେ । ଯାହାକୁ ନେଇ ପରବର୍ତ୍ତି ସମୟରେ ଏହାକୁ ମନେ ପକାଇବେ । ଆଉ ସବୁ ଦିନ ପରେ ଜଗା ଦର୍ଶନ ମିଳିବ ନାହିଁ ବୋଲି ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ଆଉ ପୁଣି ଆର ବର୍ଷକୁ ଦେଖା ହେବା ନେଇ ବିଦାୟ ନେବା ପୂର୍ବରୁ ପରସ୍ପର ଆଲିଙ୍ଗନ କରିଥିଲେ । ଏପରିକି ନିଜର ମନର ଭାବନା ପ୍ରକାଶ କରିଛନ୍ତି । ଏଥିସହ ହବିଷ୍ୟାଳି କ୍ୟାମ୍ପରେ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ହବିଷ୍ୟାଳି ।

ଚଳିତ ବର୍ଷ ରାଜ୍ୟ ସରକାର ପୁରୀରେ 3ଟି ହବିଷ୍ୟାଳି ଶିବିର କରାଯାଇଥିଲା । ରେଳ ଯାତ୍ରୀ ନିବାସ, ମୋଚି ସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣ ହବିଷ୍ୟାଳି ଶିବିରରେ 26 ଶହରୁ ଅଧିକ ହବିଷ୍ୟାଳିଙ୍କ ରହିବାର ବ୍ୟବସ୍ଥା ହୋଇଥିଲା । ଏହି ଶିବିରରେ ମାଗଣା ଶୋଇବା ପାଇଁ ଗଦି, ତକିଆ, କମ୍ବଳ ସମେତ ମହାପ୍ରସାଦ ସେବନ, ରାଇ ଦାମୋଦର ପୂଜା ନେଇ ବ୍ରାହ୍ମଣ ବ୍ୟବସ୍ଥା ଏବଂ ଜଗନ୍ନାଥ ଦର୍ଶନ ନେଇ ବସ ସମେତ ଗାଇଡ଼ର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ବେଳେ ପୁରାଣ ପାଠ ସମେତ ପାଲା, ଦାସ କାଠିଆ, ପ୍ରବଚନ ଆଦି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସୁରକ୍ଷା ପାଇଁ ପୋଲିସ ସମେତ ଅଗ୍ନିଶମ ବ୍ୟବସ୍ଥା ମଧ୍ୟ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:habisyali camp script

Body:ସରିଛି କାର୍ତିକ ବ୍ରତ। ଏବେ ଘର ବାହୁଡା ହାବିଷ୍ୟଲି। ଶ୍ରୀକ୍ଷେତ୍ର ଆଜି ଘରକୁ ଫେରିଛନ୍ତି ହାବିଷ୍ୟଲି ମାନେ। ନିଜ ନିଜ ଘର ଲୋକ ଙ୍କ ଦାୟିତ୍ୱ ଘରକୁ ଫେରିଛନ୍ତି ହାବିଷ୍ୟଲି। ଦୀର୍ଘ ଏକ ମାସ ଧରି କାର୍ତିକ ବ୍ରତ କରୁଥିଲେ। ଦିନକୁ ଥରେ ହାବିଷ୍ୟାନ ଗ୍ରହଣ କରି ନିଷ୍ଠାର ସହ କାର୍ତିକ ବ୍ରତ ପାଳନ କରିଥିଲେ। ତେବେ ଘରକୁ ଫେରିବା ବେଳେ କେତେକ ଙ୍କ ମୁହଁରେ ଆନନ୍ଦ ଆଉ କେତେକ ଙ୍କ ମୁହଁରେ ଦୁଃଖ ଦେଖିବାକୁ ମିଳିଥିଲା। ଏକ ମାସ ଧରି ହାବିଷ୍ୟଲି କ୍ୟାମ୍ପ ହଜାର ହଜାର ହଜାର ହାବିଷ୍ୟଲି ସାଥୀ ଙ୍କ ସହ ସକାଳୁ ଉଠି ଚଉରା ପୂଜା ସହ ରାଇ ଦାମୋଦର ପୂଜା , ଜଗନ୍ନାଥ ଦର୍ଶନ , ସନ୍ଧ୍ୟାରେ ପୁରାଣ ପାଠ , ମହା ପ୍ରସାଦ ସେବନ କୁ ବେଶ ଖୁସି ପ୍ରକଟ କରିଛନ୍ତି ହାବିଷ୍ୟଲି। ମାଗଣା ରେ ରହିବା ଖାଇବା ବ୍ୟବସ୍ଥା ରାଜ୍ୟ ସରକାର କରିଥିବା ରୁ ସରକାର ଙ୍କୁ ବେଶ ପ୍ରଶଂସା କରିଥିଲେ ହାବିଷ୍ୟଲି ମାନେ। ଆଉ କେତେକ ହାବିଷ୍ୟଲି ଗଲା ବେଳେ ଦୁଃଖ ପ୍ରକଟ କରିଛନ୍ତି। ଦୀର୍ଘ ଏକ ମାସ ଧରି ଜଗନ୍ନାଥ ଦର୍ଶନ ସାଙ୍ଗକୁ ସାଙ୍ଗ ସାଥୀ ହୋଇ ପୂଜାର୍ଚ୍ଚନା କରିବା ବେଶ ସ୍ମରଣୀୟ ହୋଇ ରହିବ ବୋଲୀ କହିଛନ୍ତି ହାବିଷ୍ୟଲି। ଏହି ହାବିଷ୍ୟଲି ଶିବିରରେ ଅନେ କ ନୂଆ ସାଙ୍ଗ ସଥୀ ମଧ୍ୟ ପାଇ ଛନ୍ତି ଏମାନେ। ବଞ୍ଚିଥିଲେ ପୁଣି ଆର ବର୍ଷ କୁ ଦେଖା ହେବ ବୋଲୀ ବିଦାୟ ବେଳେ ପରସ୍ପର ଆଲିଙ୍ଗନ , କୁଣ୍ଢା କୁଣ୍ଢି ହୋଇ ନିଜର ମନର ଭାବନା ପ୍ରକାଶ କରିଥିଲେ। ଶ୍ରୀକ୍ଷେତ୍ର ରୁ ଘରକୁ ଫେରିବା କୁ ଇଛା ହେଉ ନ ଥିବ ପ୍ରକାଶ କରିଛନ୍ତି ହାବିଷ୍ୟଲି। ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ପୁରୀ ରେ 3 ଟି ହାବିଷ୍ୟଲି ଶିବିର କରିଥିଲେ। ରେଲୱେ ଯାତ୍ରୀ ନିବାସ , ମୋଚି ସାହି କଲ୍ୟାଣ ମଣ୍ଡପ, ଓ ନରେନ୍ଦ୍ର କୋଣ ହାବିଷ୍ୟଲି ଶିବିରରେ 26 ସହ ରୁ ଅଧିକ ହାବିଷ୍ୟଲି ରହିବା ନେଇ ବ୍ୟବସ୍ଥା ହୋଇଥିଲା। ସରକାର ଶିବିର ରେ ସମସ୍ତ ସୁବିଧା ଯୋଗାଇ ଦେଇଛଥିଲେ। ମାଗଣା ରହିବା ବ୍ୟବସ୍ଥା ସହ ଶୋଇବା ପାଇଁ ଗ ଦି , ତକିଆ , କମ୍ବଳ ସମେତ ମହାପ୍ରସାଦ ସେବନ , ରାଇ ଦାମୋଦର ପୂଜା ନେଇ ବ୍ରାହ୍ମଣ ବ୍ୟବସ୍ଥା ଏବଂ ଜଗନ୍ନାଥ ଦର୍ଶନ ନେଇ ବସ ସମେତ ଗାଇଡ଼ ର ବ୍ୟବସ୍ଥା କରାଯାଇ ଥିଲା। ସନ୍ଧ୍ୟା ବେଳେ ପୁରାଣ ପାଠ ସମେତ ପାଲା, ଦାସ କାଠିଆ , ପ୍ରବଚନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାକି ବେଶ ଆମୋଦ ଦେଇ ଥିଲା ହାବିଷ୍ୟଲି ଙ୍କୁ। ସୁରକ୍ଷା ପାଇଁ ପୋଲିସ ସମେତ ଅଗ୍ନିଶମ ବ୍ୟବସ୍ଥା ମଧ୍ୟ ହୋଇଥିଲା।

ବାଇଟ1,, ହାବିଷ୍ୟଲି
ବାଇଟ2,, ହାବିଷ୍ୟଲି
ବାଇଟ3,, ହାବିଷ୍ୟଲି
ବାଇଟ4, ହାବିଷ୍ୟଲି ଙ୍କ ସମ୍ପର୍କୀୟ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.