ETV Bharat / city

ଗଜପତି ମହାରାଜାଙ୍କୁ କୋରୋନା, କରିପାରିବେନି ରାଷ୍ଟ୍ରପତିଙ୍କ ସ୍ବାଗତ

author img

By

Published : Feb 18, 2022, 10:15 PM IST

କୋରୋନା ସଂକ୍ରମଣରେ ସଂକ୍ରମିତ ହେଲେ ଗଜପତି ମହାରାଜା । ଆସନ୍ତାକାଲି ସେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାଗତ କରି ପାରିବେ ନାହିଁ । ଅଧିକ ପଢ଼ନ୍ତୁ

ଗଜପତି ମହାରାଜାଙ୍କୁ କୋରୋନା, କରିପାରିବେନି ରାଷ୍ଟ୍ରପତିଙ୍କ ସ୍ବାଗତ
ଗଜପତି ମହାରାଜାଙ୍କୁ କୋରୋନା, କରିପାରିବେନି ରାଷ୍ଟ୍ରପତିଙ୍କ ସ୍ବାଗତ

ପୁରୀ: କୋରୋନା ସଂକ୍ରମଣରେ ସଂକ୍ରମିତ ହେଲେ ଗଜପତି ମହାରାଜା । ଆସନ୍ତାକାଲି ସେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାଗତ କରି ପାରିବେ ନାହିଁ । ଶନିବାର ଶ୍ରୀକ୍ଷେତ୍ର ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପୂର୍ବରୁ ଆଜି ଗଜପତି ମହାରାଜା ନିଜର RTPCR ଟେଷ୍ଟ କରାଇଥିଲେ । ତେବେ ମହାରାଜାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

gajapati maharaj cant present in the welcome ceremony of president as he infected with covid

ମହାରାଜାଙ୍କ ନିକଟରେ କୌଣସି କୋଭିଡ ଲକ୍ଷଣ ନାହିଁ । ସେ କୌଣସି ଅସୁସ୍ଥତା ମଧ୍ୟ ଅନୁଭବ କରୁନାହାନ୍ତି । ତେବେ କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ସେ ୭ ଦିନ ସଂଗରୋଧରେ ରହିବେ । ଏଥିପାଇଁ ଆସନ୍ତାକାଲି(ଶନିବାର) ରାଷ୍ଟ୍ରପତିଙ୍କ ସ୍ବାଗତ କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ । ରାଷ୍ଟ୍ରପତି ଶ୍ରୀକ୍ଷେତ୍ରରେ ୪୫ ମିନିଟ ବିତାଇବେ ।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୦ ତାରିଖ ଦିନ ୧୦.୪୦ରେ ପୁରୀ ସ୍ଥିତ ଗୌଡିଆ ମିସନ ପ୍ଳତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ଳଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ । ଏନେଇ ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.