ETV Bharat / city

ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଆରମ୍ଭ, ରାଧା ଦାମୋଦର ବେଶରେ ଦର୍ଶନ ଦେବେ ତିନି ଠାକୁର

author img

By

Published : Oct 9, 2019, 12:13 PM IST

ଶ୍ରୀମନ୍ଦିରରେ ଆଜି ଠୁ ଆରମ୍ଭ ହେଲା କାର୍ତ୍ତିକ ମାସ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ରାଧା ଦାମୋଦର ବେଶରେ ଦର୍ଶନ ଦେବେ ତିନି ଠାକୁର ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ଆଜି ହେଉଛି ଆଶ୍ବିନ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥି । ଆରମ୍ଭ ହୋଇଛି କାର୍ତ୍ତିକ ମାସ । ମାସେ ଧରି ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ । ଏନେଇ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ନୀତିକାନ୍ତି । ଆଜି ଠାରୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ ତିନି ଠାକୁର ।

କାର୍ତ୍ତିକ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ଅନୁଷ୍ଠିତ ହେବା ସହିତ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ବାଳ ଧୂପ ଦିଆଯିବ । ଭକ୍ତ ଓ ଶ୍ରଦ୍ଧାଳୁଗଣ ରାଧା ଦାମୋଦରଙ୍କ ବେଶ ଦର୍ଶନ କରି କୃତାର୍ଥ ଲାଭ କରିବେ । ତେବେ ଆସନ୍ତା 14ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଥିବାବେଳେ ପ୍ରଶାସନ ପକ୍ଷରୁ 3ଟି ସ୍ଥାନର ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ଯେଉଁଠି 25 ଶହ ହବିଷ୍ୟାଳିମାନେ ଏହି ଶିବିରରେ ରହିବେ । ମାଗଣା ରହିବା, ମହାପ୍ରସାଦ ସେବନ, ଜଗନ୍ନାଥ ଦର୍ଶନ ନିମନ୍ତେ ପ୍ରଶାସନ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କାର୍ତିକ ନୀତିBody:ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି। ଆଜି ଠାରୁ ଶ୍ରୀମନ୍ଦିର ରେ କାର୍ତିକ ନୀତି ଆରମ୍ଭ ହୋଇଛି। ଆଜି ଠାରୁ ଠାକୁର ମାନଙ୍କ ବାଳ ଧୂପ ଅନୁଷ୍ଠିତ ହେବ। ଆଜି ଠାରୁ ମଧ୍ୟ ଠାକୁର ଙ୍କ ର ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ। ଆଜି ଠାରୁ ଆରମ୍ଭ କରି କାର୍ତିକ ଶୁକ୍ଳ ପକ୍ଷ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ର ଏହି ବେଶ ଅନୁଷ୍ଠିତ ହେବ। କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାଳ ଧୂପ ପ୍ରତେହ ଅନୁଷ୍ଠିତ ହେବ। ଆଜି ଠାରୁ ଭକ୍ତ ଗଣ ରାଧା ଦାମୋଦର ବେଶ ଦର୍ଶନ କରି କୃତାର୍ଥ ଲାଭ କରିବେ। ତେବେ ଅସନ୍ତା 14 ତାରିଖରେ କାର୍ତିକ ବ୍ରତ ଆରମ୍ଭ ହେବ। ହାବିଷ୍ୟାଲି ମାନେ ପୁରୀ ରେ ରହିବା ନେଇ ପ୍ରଶାସନ ପକ୍ଷରୁ 3 ଟି ଜାଗାରେ ବ୍ୟବସ୍ଥା ହୋଇଛି। 25 ଶହ ହାବିଷ୍ୟାଲି ଏଥର ଏହି ଶିବିରରେ ରହିବେ। ମାଗଣା ରହିବା , ମହା ପ୍ରସାଦ ସେବନ, ଜଗନ୍ନାଥ ଦର୍ଶନ ନିମନ୍ତେ ପ୍ରଶାସନ ବ୍ୟବସ୍ଥା କରିଛି।

ବାଇଟ,, ନରେସ ଦାସ ,, ଜଗନ୍ନାଥ ସଂସ୍କୃତି ଗବେଷକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.