ETV Bharat / city

ଟ୍ରାଫିକ ସମସ୍ୟା ସୁଧାରକୁ ଗୁରୁତ୍ବ: ପୁରୀ ବେଳାଭୂମିରୁ ଉଠା ଦୋକାନୀଙ୍କ ଉଚ୍ଛେଦ ଆରମ୍ଭ

author img

By

Published : Nov 11, 2021, 2:50 PM IST

ପୁରୀ ସମୁଦ୍ରକୂଳରୁ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ଉଠା ଦୋକାନୀଙ୍କ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଟ୍ରାଫିକ ସମସ୍ୟା ସୁଧାରକୁ ଗୁରୁତ୍ବ: ପୁରୀ ସମୁଦ୍ରକୂଳରୁ ଉଠା ଦୋକାନୀଙ୍କ ଉଚ୍ଛେଦ ଆରମ୍ଭ

ପୁରୀ: ସମୁଦ୍ରକୂଳକୁ ଅବରୋଧମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ଵ୍ୟଵସ୍ଥାରେ ସୁଧାର ଆଣିବା ପାଇଁ ବେଳାଭୂମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି । ଏହାସହିତ ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ବରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି ।

ଟ୍ରାଫିକ ସମସ୍ୟା ସୁଧାରକୁ ଗୁରୁତ୍ବ: ପୁରୀ ବେଳାଭୂମିରୁ ଉଠା ଦୋକାନୀଙ୍କ ଉଚ୍ଛେଦ ଆରମ୍ଭ

ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏ ନେଇ ଉଠା ଦୋକାନୀଙ୍କୁ ନୋଟିସ ଜାରି କରିଥିଲା । ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ହଠାତ ତରବରିଆ ଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଵା ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ଯୋଗୁଁ ଲୋକଙ୍କ ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଖରାପ ଥିବାବେଳେ ପର୍ଯ୍ୟଟନ ଋତୁରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ଉଠା ଦୋକାନୀ ଅଭିଯୋଗ କରିଛନ୍ତି ।

ଥଇଥାନ ବ୍ୟବସ୍ଥା ନ କରାଯାଇ ଉଚ୍ଛେଦ କରାଯିବାକୁ ତୀଵ୍ର ପ୍ରତିବାଦ କରିଛନ୍ତି ଉଠା ଦୋକାନୀ । ଉଚ୍ଛେଦ ପାଇଁ ପୌର ଏନଫୋର୍ସମେଣ୍ଟ ଅଧିକାରୀ, ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଉଚ୍ଛେଦ ପ୍ରତିବାଦରେ ପୁରୀ ସମୁଦ୍ରକୂଳରେ ରାସ୍ତାରୋକ କରାଯାଇଛି ।

ପୁରୀ ହୋଟେଲ ସମ୍ମୁଖରେ ଉଠା ଦୋକାନୀଙ୍କ ଧାରଣା ସହ ରାସ୍ତାରୋକ କରିଥିଲେ । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ଦାବି କରିଛନ୍ତି ଦୋକାନୀ । ଘଟଣାସ୍ଥଳରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସିଟି ଡିଏସପି, ସମୁଦ୍ର କୂଳ ଥାନା IICଙ୍କ ସହ‌ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.