ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ହେଉଥିବା ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଏକ ନୂଆ କାର୍ଯ୍ୟକ୍ରମ। ପୁରୀ, ଚିଲିକା ଓ କୋଣାର୍କକୁ ମିଶାଇ ଏକ ବୃହତ୍ତ ପର୍ଯ୍ୟଟନ ହବ୍ ହେଉ କୋଣାର୍କ। ଏହା ଆମ ସମସ୍ତଙ୍କର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଏମିତି ହେଲେ ରୋଜଗାର ବୃଦ୍ଧିପାଇବ। ଇକୋ ରିଟ୍ରିଟ୍ କିଭଳି ହୋଇଛି ଦେଖିବାକୁ ଆସି ରାତ୍ରି ରହଣୀ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଇକୋ-ରିଟ୍ରିଟ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।
ସେହିପରି କୋଣାର୍କକୁ ବିଶ୍ବ ଦରବାରରେ ରଖିବାକୁ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ