ETV Bharat / city

ଅବ୍ୟବସ୍ଥା ଘେରରେ ଆଚାର୍ଯ୍ୟ ହରିହର ପାଠାଗାର - ପୁରୀ ଖବର

ପୁରୀ ପୌରପାଳିକାର ଅବହେଳାର ଚରମ ନିଦର୍ଶନ । ଭୂତ କୋଠୀରେ ପରିଣତ ହୋଇଯାଇଛି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ଆଚାର୍ଯ୍ୟ ହରିହର ପାଠାଗାର । ଅଧିକ ପଢନ୍ତୁ...

different problems in puri library
ଅବ୍ୟବସ୍ଥା ଘେରରେ ଆଚାର୍ଯ୍ୟ ହରିହର ପଠାଗାର
author img

By

Published : Mar 12, 2021, 9:25 PM IST

ପୁରୀ: ପୌରପାଳିକାର ଅବହେଳାର ଚରମ ନିଦର୍ଶନ । ଭୂତ କୋଠୀରେ ପରିଣତ ହୋଇଯାଇଛି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ଆଚାର୍ଯ୍ୟ ହରିହର ପାଠାଗାର । ତୁରନ୍ତ ଏହି ପାଠାଗାରର ପୁନରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବୀ ସମେତ ବିଭିନ୍ନ ସାହିତ୍ୟପ୍ରେମୀ ଓ ସମାଜସେବୀ ଦାବି କରିଛନ୍ତି ।

ଅବ୍ୟବସ୍ଥା ଘେରରେ ଆଚାର୍ଯ୍ୟ ହରିହର ପଠାଗାର

ଅବ୍ୟବସ୍ଥାରେ ରହିଛି ପୁରୀ ପୌରପାଳିକାରେ ଥିବା ଆଚାର୍ଯ୍ୟ ହରିହର ପଠାଗାର । ଅନେକ ମୂଲ୍ୟବାନ୍ ବହି ଖତ ଖାଉଥିବା ବେଳେ ଆସବାବ ପତ୍ର ମଧ୍ୟ ଭଗ୍ନ ଅବସ୍ଥାରେ ପଡ଼ି ନଷ୍ଟ ହୋଇଗଲାଣି । ଏହା ସହ ଅନେକ ମୂଲ୍ୟବାନ୍ ସାମଗ୍ରୀ ମଧ୍ୟ ଚୋରି ହୋଇଗଲାଣି । ଦିନ ଥିଲା ଏହି ପାଠାଗାରରୁ ଜ୍ଞାନ ଆରୋହଣ କରି ଅନେକ ଛାତ୍ର ଛାତ୍ରୀ ବେଶ୍ ଉଚ୍ଚ ପଦ ପଦବୀରେ ରହିଛନ୍ତି । କେବଳ ସେତିକି ନୁହେଁ ଏହାର ପାଖକୁ ଲାଗି ରହିଛି ଶରଧାବାଲି ସରକାରୀ ଉ.ପ୍ରା ବିଦ୍ୟାଳୟ । ତେବେ ପାଠାଗାର ଏଭଳି ଅବ୍ୟବସ୍ଥା ଯୋଗୁଁ ବିଭିନ୍ନ ଜୀବଜନ୍ତୁଙ୍କ ବାସସ୍ଥାନ ପାଲଟିଥିବା ବେଳେ ଏଠାରେ ପାଠ ପଢ଼ୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି । ତେଣୁ ତୁରନ୍ତ ଏହି ପାଠାଗାରର ପୁନରୁଦ୍ଧାର କରିବା ପାଇଁ ସ୍କୁଲର ଶିକ୍ଷୟତ୍ରୀ ମାନେ ଦାବି କରିଛନ୍ତି ।

୧୯୭୪ ମିସିହାରେ ଏହି ପୁରାତନ ପାଠାଗାର ଆରମ୍ଭ ହୋଇଥିବା ବେଳେ ଭୂତଳ ଗୃହରେ ଏହି ପାଠାଗାରଟି ରହିଛି । ଏହାର ଛାତ ଉପରେ ୧୯୯୫ ମସିହାରେ ପୁରୀ ପୌର ପ୍ରଶାସନ ପକ୍ଷରୁ ମୁକ୍ତକାଶ ରଙ୍ଗମଞ୍ଚ କରାଯାଇ ବିଭିନ୍ନ ସାଂସ୍କୃତିକ, ଧାର୍ମିକ, ଦଳୀୟ କାର୍ଯ୍ୟକ୍ରମକୁ ନେଇ ଭଡ଼ା ବାବଦରେ ଲକ୍ଷାଧିକ ଟଙ୍କା ବାର୍ଷିକ ଆଦାୟ କରାଯାଉଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ପାଠାଗାରର ଉନ୍ନତି ଦିଗରେ ଜଥେଷ୍ଟ ଅର୍ଥ ବ୍ୟୟ କରୁନାହିଁ ପୁରୀ ପୌରପାଳିକା । ସେହିପରି ପାଠାଗାରର ଗୃହ ନିର୍ମାଣରେ ବୈଷୟିକ ତ୍ରଟି ଯୋଗୁଁ ବର୍ଷାଦିନେ ଜଳ ପ୍ରବେଶ କରୁଥିବାବେଳେ ଏହାକୁ ନିଷ୍କାସନ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ବର୍ଷାଜଳ ଜମି ରହି ବହୁ ଗୁରୁତ୍ବପୂର୍ଣ୍ଣ ବହି ନଷ୍ଟ ହୋଇଯାଇଥିବା ବେଳେ ଆସବାବପତ୍ର ଗୁଡ଼ିକ ମଧ୍ୟ ନଷ୍ଟ ହୋଇ ଖତ ଖାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ତେବେ ପାଠାଗାରଟି ଭୂତଳ ଗୃହ ହୋଇଥିବାରୁ ଏଠାରୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ଏଣୁ ପୌରପ୍ରଶାସନର ଯୋଜନା ଅନୁଯାୟୀ ପ୍ରଥମେ ପାଠାଗାରରେ ଥିବା ବହି ଗୁଡ଼ିକର ସ୍ଥାନାନ୍ତର ପରେ ଅନ୍ୟ ଏକ ଜାଗାରେ ଏହି ପାଠାଗାର ଆରମ୍ଭ କରାଯିବ ବୋଲି ଯୋଜନା ରହିଥିବା କହିଛନ୍ତି ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହି ଅଧିକାରୀ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.