ETV Bharat / city

Prafulla Kara Demise: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରଫୁଲ୍ଲ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ

author img

By

Published : Apr 18, 2022, 3:51 PM IST

Updated : Apr 18, 2022, 5:25 PM IST

ଆଉ ଆମ ଗହଣରେ ନାହାନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର । ତାଙ୍କର ଆଜି ଦେହାନ୍ତ ହୋଇଥିବା ବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

Prafula Kara Demise: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରଫୁଲ୍ଲ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ

ପୁରୀ: ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ଚଳଚ୍ଚିତ୍ରର ସଙ୍ଗୀତ ଜଗତକୁ ଏକ ନୂଆ ମୋଡ଼ ଦେଇଥିବା ଦିବଙ୍ଗତ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର । ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ଦର୍ଶନ ଶେଷ ହେବା ପରେ ପୁଅ ମହାଦୀପ କର ମୁଖାଗ୍ନି ଦେଇଥିଲେ । ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ଵ୍ୟକ୍ତି, ପ୍ରଶଂସକ, ବହୁ ନେତା, ମନ୍ତ୍ରୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଫୁଲ୍ଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ପ୍ରଫୁଲ୍ଲ

ତାଙ୍କ ପାର୍ଥିବ ଶରୀର ପୁରୀ ସ୍ବର୍ଗଦ୍ବାରରେ ପହଞ୍ଚିଥିବା ପରେ ସେଠାରେ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ପ୍ରଂଶସକ । ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗଦ୍ବାରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଗାର୍ଡ ଅଫ ଅନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କମଳ ଦେଶର ରାଜକୁମାର ଭାବେ ଘରେ ଘରେ ପରିଚିତ ଥିବା ଏହି ବିଶିଷ୍ଟ ସଂଗୀତଜ୍ଞ ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି । ସ୍ବର୍ଗଦ୍ବାରରେ ରାଜ୍ୟ ସରକାରଙ୍କ ୨ ମନ୍ତ୍ରୀ ପ୍ରତାପ ଜେନା ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ପ୍ରଫୁଲ୍ଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

ସ୍ବର୍ଗଦ୍ବାରରେ ପହଞ୍ଚିଲା ପଦ୍ମଶ୍ରୀ ପ୍ରଫୁଲ୍ଲଙ୍କ ପାର୍ଥିବ ଶରୀର

ସ୍ବର୍ଗଦ୍ବାରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ମନ୍ତ୍ରୀଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ପ୍ରଫୁଲ୍ଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଫୁଲ୍ଲଙ୍କ ବିୟୋଗ ସଂଗୀତ ଦୁନିଆ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି ସଂଗୀତଜ୍ଞମାନେ କହିଛନ୍ତି । ତେବେ ସୂଚନା ଥାଉ କି ପଦ୍ମଶ୍ରୀ ପ୍ରଫୁଲ୍ଲ ପ୍ରାୟ ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସ୍ବର୍ଗଦ୍ବାରରେ ସରିଲା ପ୍ରଫୁଲ୍ଲଙ୍କ ଶେଷକୃତ୍ୟ

ଏ ସଂଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ଲାଗି ତାଙ୍କୁ ୨୦୦୪ରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ୨୦୦୮ରେ ସ୍ବର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ବି ସେ ପାଇଥିଲେ। ଏହାସହ ତାଙ୍କୁ ୨୦୧୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସ୍ବର୍ଗଦ୍ବାରରେ ଉପସ୍ଥିତ ରହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 18, 2022, 5:25 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.