ETV Bharat / city

ପୁରୀରେ କୋରୋନା ସଚେତନତା କାର୍ଯ୍ୟକ୍ରମ

author img

By

Published : Jul 7, 2020, 1:58 AM IST

କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସ୍ବତନ୍ତ୍ର ଟିମ ଗଠନ କରାଯାଇ ବଡ଼ ଦାଣ୍ଡର ମରିଚିକୋଟ ଛକ, ମେଡ଼ିକାଲ ଛକ ସମେତ ବଡ଼ଶଙ୍ଖ ପରିବା ମାର୍କେଟରେ ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନତା କରାଯାଉଛି। ଅଧିକ ପଢନ୍ତୁ...

ପୁରୀରେ କୋରୋନା ସଚେତନତା କାର୍ଯ୍ୟକ୍ରମ
ପୁରୀରେ କୋରୋନା ସଚେତନତା କାର୍ଯ୍ୟକ୍ରମ

ପୁରୀ: କୋଭିଡ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ସ୍ବତନ୍ତ୍ର ଟିମ ଗଠନ କରାଯାଇ ବଡ଼ ଦାଣ୍ଡର ମରିଚିକୋଟ ଛକ, ମେଡ଼ିକାଲ ଛକ ସମେତ ବଡ଼ଶଙ୍ଖ ପରିବା ମାର୍କେଟରେ ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନତା କରାଯାଉଛି। ଡାକ ବାଜିଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଉଛି। ଘରୁ ମାସ୍କ ପିନ୍ଧି ନ ବାହାରିଲେ ଫାଇନ ନେଇ ଚେତାବନୀ ଦିଆଯାଇଛି।

ପୁରୀରେ କୋରୋନା ସଚେତନତା କାର୍ଯ୍ୟକ୍ରମ

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପୁରୀ ସହର ଭିତରେ ଦୋକାନ ଗୁଡିକରେ ସାମାଜିକ ଦୂରତ୍ବ ନେଇ ଦୋକାନୀଙ୍କୁ କୁହାଯାଇଛି। ନିୟମ ଉଲ୍ଲଂଘନ ହେଲେ ଦୋକାନ ସିଲ ସହ ଫାଇନ ଆଦାୟ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.