ETV Bharat / city

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ନୀତିକୁ ନେଇ କାର୍ଟୁନ: ସେବାୟତଙ୍କ ଦୃଢ ପ୍ରତିବାଦ

author img

By

Published : Jun 7, 2020, 2:54 PM IST

Updated : Jun 7, 2020, 3:25 PM IST

ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଶକ୍ତିରୂପିଣୀ ସୁଭଦ୍ରାଙ୍କ ଜ୍ବର ଓ ଜ୍ବରମାପକ ଥର୍ମୋମିଟର ପାଟିରେ ରଖି ଖଟରେ ଶୟନ କରିଥିବା ଫଟୋକୁ ନେଇ ବିବାଦ ଓ ପ୍ରତିବାଦ । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ।

ମହାପ୍ରଭୁଙ୍କ ନୀତିକୁ ନେଇ କାର୍ଟୁନ
ମହାପ୍ରଭୁଙ୍କ ନୀତିକୁ ନେଇ କାର୍ଟୁନ

ପୁରୀ: ବଡ ଠାକୁରଙ୍କ ବ୍ୟଙ୍ଗ ଫଟୋକୁ ନେଇ ବିବାଦ । ଭାଇରାଲ ଫଟୋ ମହାପ୍ରଭୁଙ୍କ ନିମନ୍ତେ ଉପହାସଜନକ ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ । ଜଗନ୍ନାଥଙ୍କ ଏଭଳି ବ୍ୟଙ୍ଗାତ୍ମକ କାର୍ଟୁନକୁ ନେଇ ଚେତାବନୀ ଦେଲେ ବରିଷ୍ଠ ସେବାୟତ । ଏଭଳି ଦୁଃସାହସରରୁ ନିବୃତ୍ତ ପାଇଁ ସତର୍କ କରାଇଲେ । ମହାପ୍ରଭୁଙ୍କ ବ୍ୟଙ୍ଗ କରିବା ଧୃଷ୍ଟତା ମହାପାପ ବୋଲି କହିଛନ୍ତି ସେବାୟତ । ସୂଚନା ଯେ, ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଶକ୍ତିରୂପିଣୀ ସୁଭଦ୍ରାଙ୍କ ଜ୍ବର ଓ ଜ୍ବରମାପକ ଥର୍ମୋମିଟର ପାଟିରେ ରଖି ଖଟରେ ଶୟନ କରିଥିବା ଫଟୋକୁ ନେଇ ମୁଣ୍ଡଟେକିଛି ବିବାଦ ଓ ପ୍ରତିବାଦ ।

ସୋସିଆଲ ମିଡିଆରେ ମହାପ୍ରଭୁଙ୍କ ନୀତିକୁ ନେଇ କାର୍ଟୁନ

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ 108 ଗରା ସୁବାସିତ ଜଳରେ ସ୍ନାନ ପରେ ଏବେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ଡିରେ ଅଛନ୍ତି । ମହାପ୍ରଭୁ ଶ୍ରୀଅଙ୍ଗ ସୁସ୍ଥ ପାଇଁ ଦଇତାପତି ସେବକମାନେ ଗୁପ୍ତ ନୀତିରେ ଉପଚାର ବିଧି କରୁଛନ୍ତି । ଇତି ମଧ୍ୟରେ ମହାପ୍ରଭୁଙ୍କ ଅଣସରକୁ ନେଇ ବ୍ୟଙ୍ଗାତ୍ମକ କାର୍ଟୁନ ସୋସିଆଲ ମିଡିଆ ଭାଇରାଲ ହେବାରେ ଲାଗିଛି। ଯେଉଁ କାର୍ଟୁନରେ ମହାପ୍ରଭୁ ଏକ ଖଟରେ ଘୋଡେଇ ହୋଇ ଶୋଇ ଥିବାବେଳେ ଏକ ଥର୍ମୋମିଟର ପାଟିରେ ରହିଛି। ଏଭଳି ବ୍ୟଙ୍ଗାତ୍ମକ କାର୍ଟୁନକୁ ନେଇ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଜଗନ୍ନାଥ ମହାପ୍ରଭୁ ଅଣସର ନୀତି ଏଭଳି ହାସ୍ୟୋଦ୍ଦୀପକ ଭାବରେ କାର୍ଟୁନ କରିବା ଠିକ ନୁହେଁ। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର । ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ଏଭଳି କାର୍ଯ୍ୟ ରୁ ନିବୃତ୍ତ ହେବା ଉଚିତ। ମହାପ୍ରଭୁ ଅଣସର ନୀତି ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରକାଶ କରିବା ମହାପାପ ବୋଲି ସେ କହିଛନ୍ତି। ତେବେ ତୁରନ୍ତ ରାଜ୍ୟ ସରକାର ଏହି ବ୍ୟଙ୍ଗାତ୍ମକ କାର୍ଟୁନ କରିଥିବା ବ୍ୟକ୍ତି ବିଶେଷ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନବାକୁ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 7, 2020, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.