ପୁରୀ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ । ପିପିଲି ଉପନିର୍ବାଚନର ପ୍ରଚାର କରୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଚାନକ ଅସୁସ୍ଥ ହୋଇପଡିଛନ୍ତି ।
ଡେଲାଙ୍ଗରେ ବେରଵୋଇରେ ପ୍ରଚାର ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପହଞ୍ଚି ଅଜିତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିଛନ୍ତି । ଏହାପରେ ତାଙ୍କ ବହୁ ସମର୍ଥକ ଓ ଦଳୀୟ କର୍ମୀ ମାନେ ମଧ୍ୟ ମେଡିକାଲରେ ପହଞ୍ଚିଛନ୍ତି ।
ଆସନ୍ତା 17ରେ ହେବ ପିପିଲି ଉପନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ବର୍ତ୍ତମାନ ସମସ୍ତ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି । ମେ 2 ତାରିଖରେ ଫଳାଫଳ ଘୋଷଣା ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ