ETV Bharat / city

ପିପିଲି ଆକାଶରେ କୋରୋନାର କଳା ବାଦଲ - ଅଜିତ ମଙ୍ଗରାଜ

ମାରାତ୍ମକ କୋରୋନା ଭାଇରସ ନେଇଗଲା କଂଗ୍ରେସର ଲଢୁଆ ନେତାଙ୍କ ପ୍ରାଣ । ଦୁଇ ଦିନ ପରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ଆଉ ପିପିଲିକୁ ଲାଗିଛି କୋରୋନା ଗ୍ରହଣ । ଅଧିକ ପଢନ୍ତୁ...

ପିପିଲି ଆକାଶରେ କୋରୋନାର କଳା ବାଦଲ
ପିପିଲି ଆକାଶରେ କୋରୋନାର କଳା ବାଦଲ
author img

By

Published : Apr 14, 2021, 8:42 PM IST

ପୁରୀ: ଯୁଦ୍ଧ ପୂର୍ବରୁ ହାରିଗଲେ ସିପାହୀ ! ନିର୍ବାଚନ ଲଢିବା ଆଗରୁ ଚାଲିଗଲା ଜୀବନ । ମାରାତ୍ମକ କୋରୋନା ଭାଇରସ ନେଇଗଲା କଂଗ୍ରେସର ଲଢୁଆ ନେତାଙ୍କ ପ୍ରାଣ । ଦୁଇ ଦିନ ପରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ଏଥିସହ ନିସ୍ତବ୍ଧ ହୋଇଯାଇଛି ସରଗରମ ହୋଇପଡିଥିବା ପିପିଲି ପ୍ରଚାର ନିର୍ବାଚନୀ ମୈଦାନ ।

ଗତ ସପ୍ତାହ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ ମଙ୍ଗରାଜ । ଏହାପରେ ସୋସିଆଲ ମିଡିଆରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଥିଲେ ଅଜିତ । ପ୍ରଚାର ସମୟରେ ଅଚାନକ ଅସୁସ୍ଥ ହୋଇପଡିଥିଲେ ସେ । ଏହାପରେ ତୁରନ୍ତ ଅଜିତଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମୃତ୍ୟୁ ସହିତ ସଂଗ୍ରାମ କରି ବୁଧବାର ଆଖିବୁଜିଛନ୍ତି ଅଜିତ ।

ଭୋଟ ପୂର୍ବରୁ ପ୍ରାର୍ଥୀଙ୍କ ମୃତ୍ୟୁ ଘଟଣା କେବଳ ପିପିଲି-ଡେଲାଙ୍ଗ ନୁହେଁ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ପ୍ରିୟ ନେତାଙ୍କୁ ହରାଇ ପ୍ରିୟ- ପରିଜନ କୋହ ସମ୍ଭାଳିପାରୁନଥିବା ବେଳେ ରାଜ୍ୟ ରାଜନୀତିରେ ଖେଳିଯାଇଛି ଶୋକର ଛାୟା ।

ଅଜିତଙ୍କ ବିୟୋଗରେ କଂଗ୍ରେସ ଆକାଶରେ ଘୋଟିଯାଇଛି ଶୋକର କଳା ବାଦଲ । କେବଳ କଂଗ୍ରେସ ନୁହେଁ, ବିରୋଧି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ତାଙ୍କ ବିୟୋଗରେ ମର୍ମାହତ ହୋଇ ଶୋକ ପ୍ରକାଶ କରି ପରିବାରକୁ ଜଣାଇଛନ୍ତି ସମବେଦନା ।

ପିପିଲି ଉପନିର୍ବାଚନକୁ ନେଇ ପ୍ରଥମେ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିଲେ । ହେଲେ କଂଗ୍ରେସରେ କାହାକୁ ପ୍ରାର୍ଥୀ କରାଯିବ, ଏହାକୁ ନେଇ ଚାଲିଥିଲା ମାନସ ମନ୍ଥନ । ଆଉ ଶେଷରେ ପିପିଲି ମୈଦାନରେ ଅଜିତଙ୍କୁ ଛିଡା କରିଥିଲା କଂଗ୍ରେସ । କଂଗ୍ରେସରୁ ଅଜିତ ପ୍ରାର୍ଥୀ ହେବା ନେଇ ଦଳର ହାଇକମାଣ୍ଡଙ୍କ ବାଜିଥିଲା ମୋହର ।

କଂଗ୍ରେସର ବିଶ୍ବାସ ଜିତିପାରିଥିବା ଅଜିତ କେବଳ ଏବେ ନୁହେଁ ଏହା ପୂର୍ବରୁ ମଧ୍ୟ ହାତ ଚିହ୍ନର ବିଜୟ ପାଇଁ ଓହ୍ଲାଇଥିଲେ ରଣକ୍ଷେତ୍ରକୁ...

ତେବେ 1995ରୁ 2000 ମସିହା ପର୍ଯ୍ୟନ୍ତ କଂଗ୍ରେସ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଯୁଧିଷ୍ଠିର ସାମନ୍ତରାୟ । ଗତ ସାଧାରଣ ନିର୍ବାଚନରେ ଯୁଧିଷ୍ଠିରଙ୍କୁ କଂଗ୍ରେସ ଟିକେଟ ଦେଇଥିଲା । ହେଲେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଯୁଧିଷ୍ଠିର ନିର୍ବାଚନରୁ ଓହରି ଯାଇଥିଲେ । ଆଉ ଶେଷ ମୁହୂର୍ତ୍ତରେ ଅଜିତଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଦଳ । କଂଗ୍ରେସ ଟିକଟରୁ ଲଢି ଅଜିତ ଗତ ନିର୍ବାଚନରେ ଅମାନତ୍ ହରାଇଥିବା ବେଳେ ଉପନିର୍ବାଚନରେ ଦଳ ପୁଣି ତାଙ୍କୁ ପ୍ରାର୍ଥୀ କରିଥିଲା । ପିପିଲି ଉପନିର୍ବାଚନରେ ସବୁ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକ ଧନୀ ଥିଲେ ଅଜିତ ।

ପ୍ରକାଶ ଯେ, ଗତ ବର୍ଷ ଅକ୍ଟୋବର ମାସରେ ପିପିଲି ବିଧାୟକ ଥିବା ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ କୋରୋନାରେ ବିୟୋଗ ହୋଇଥିଲା । ଆଉ ଏବେ ନିର୍ବାଚନ ନିକଟତର ହେଉଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ କୋରୋନା ମହାମାରୀର ଭୟବହତାକୁ ବଢାଇଦେଇଛି । ପ୍ରଚାର ସମୟରେ କୋରୋନା ନିୟମ ସଠିକ ଭାବେ ପାଳନ ନ ହେବା ଓ ମହାମାରୀକୁ ଶକ୍ତତା ସହ ନିଆଯାଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଯୁକ୍ତିବାଢିଛନ୍ତି ସାଧାରଣ ଜନତା । ତେବେ ଖାମଖିଆଲି ମନୋଭାବ ଓ ଅଣେଦେଖା ସ୍ବାଭବ ଯୋଗୁଁ ସୁରକ୍ଷା ବଳରେ ରହୁଥିବା ରାଜନେତା ବି କୋରୋନା ଦାଉରୁ ରକ୍ଷା ପାଇପାରୁନାହାନ୍ତି । ଆଉ ଯଦି ପିପିଲି ଦେଖିବା ତେବେ କୋରୋନା ଯେପରି ପିପିଲି ମାଟି ପାଇଁ ପାଲଟିଛି ଅଭିଶପ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.