ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ପୁରୀ ହେବ ହେରିଟେଜ ସିଟି। ଶ୍ରୀକ୍ଷେତ୍ର ଚମକିବ ଓ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହେବ। ଶ୍ରୀକ୍ଷେତ୍ର ନବକଳେବର ପାଇଁ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି 7 ଟି ବଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି। ମୋଟ 510 କୋଟି ଟଙ୍କାର ବ୍ୟୟବରାଦରେ 7 ଟି ପ୍ରକଳ୍ପର କାର୍ଯ୍ୟ କରାଯିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ପ୍ରତିକ୍ରିୟା ରଖିଥିଲେ। ନୂତନ ବର୍ଷର ଅଭିନନ୍ଦନ ଜଣାଇ ପୁରୀ ଆସି ବେଶ ଖୁସିଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀକ୍ଷେତ୍ରକୁ ଏକ ସୁନ୍ଦର ସହରରେ ପରିଣତ ନେଇ ଉଦ୍ୟମ ହେଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପରେ ମାର୍କେଟ ଛକ ପୌର ପାଳିକା ଉଚ୍ଛେଦ ସ୍ଥଳକୁ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ବର ଫେରି ଯାଇଥିଲେ ।
ପୁରୀରେ ଶିଳାନ୍ୟାସ ତାଲିକାରେ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଶ୍ରୀସେତୁ ,ଜଗନ୍ନାଥବଲ୍ଲବ ଯାତ୍ରୀ ସେବା କେନ୍ଦ୍ର , ସ୍ଵର୍ଗଦ୍ବାର ନବୀକରଣ, ଜେଲ ରୋଡ଼ରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେକ୍ସ, ଆହାର ଓ ମଧ୍ୟାନ ଭୋଜନ ରୋଷେଇ ପାଇଁ ଅତ୍ୟାଧୁନିକ ଚୁଲା ପାଇଁ ଶିଳାନ୍ୟାସ କରାଯାଇଛି। ଏଗୁଡିକୁ ଖୁବଶୀଘ୍ର ଶେଷ କରିବାପାଇଁ ସରକାରଙ୍କ ପ୍ରମୁଖ ଏଜେଣ୍ଡା ରହିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଇଟିଭି ଭାରତ