ETV Bharat / city

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁଧ୍ୟାନ କଲେ ଶ୍ରୀମନ୍ଦିରର କ୍ଷୟକ୍ଷତି - central minister

ଶ୍ରୀମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ଷୟକ୍ଷତି ସମ୍ପର୍କରେ କଲେ ଅନୁଧ୍ୟାନ । ରଥଯାତ୍ରା ପୂର୍ବରୁ ସବୁ ମରାମତି କାର୍ଯ୍ୟ ସରିବ ବୋଲି ଦେଲେ ଆଶ୍ବାସନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 19, 2019, 3:27 PM IST

ପୁରୀ: ଆଜି(ରବିବାର) ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦର୍ଶନ କରିବା ସହ ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏପରି ମହାବିପତ୍ତିରୁ ଲୋକେ ବର୍ତ୍ତି ଯାଇଥିବା ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥିସହ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ସବୁ ମରାମତି କାର୍ଯ୍ୟ ସରିବ ବୋଲି ଗସ୍ତ ସମୟରେ ସେ କହିଛନ୍ତି । ସେହିପରି କ୍ଷୟକ୍ଷତି ସମ୍ପର୍କରେ ଏଏସଆଇ ଅବଗତ ଅଛି ଓ ଯୁଦ୍ଧକାଳୀନ ଭିତ୍ତିରେ ଏଏସଆଇ ମରାମତି କାମ ଶେଷ କରିବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.