ETV Bharat / city

ବଳଙ୍ଗା ଥାନାରେ ବିସ୍ଫୋରଣ; ଉଡିଲା ଛାତ, ଭାଙ୍ଗିଲା କାନ୍ଥ

author img

By

Published : Sep 28, 2021, 8:31 AM IST

Updated : Sep 28, 2021, 1:05 PM IST

ପୁରୀ ବଳଙ୍ଗା ଥାନାରେ ବିସ୍ଫୋରଣ । ଥାନା ଭିତରେ ବିସ୍ଫୋରକ ସାମଗ୍ରୀ ଥିବା କାରଣରୁ ବିସ୍ଫୋରଣ ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ପୁରୀ ବଳଙ୍ଗା ଥାନାରେ ବିସ୍ଫୋରଣ, ଭାଙ୍ଗିଲା କାନ୍ଥ ଉଡିଲା ଛାତ

ପୁରୀ: ଥାନାରେ ବିସ୍ଫୋରଣ । ପୁରୀ ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ସୂଚନା । ଅଳ୍ପକେ ବର୍ତ୍ତିଲେ ଥାନା କର୍ମଚାରୀ । ବିସ୍ଫୋରଣ ଫଳରେ ଥାନାର ଛାତ ଉଡିବା ସହ କାନ୍ଥ ଭାଙ୍ଗି ଯାଇଛି । ଏଥି ସହ ଥାନାର ସମସ୍ତ ଆସବାବପତ୍ର, କାଗଜପତ୍ର ପୋଡି ନଷ୍ଟ ହୋଇ ଯାଇଥିବା ମଧ୍ୟ ସୂଚନା ମିଳିଛି ।

ବଳଙ୍ଗା ଥାନାରେ ବିସ୍ଫୋରଣ; ଉଡିଲା ଛାତ, ଭାଙ୍ଗିଲା କାନ୍ଥ

ଗତକାଲି (ରବିବାର) ବିଳମ୍ବିତ ରାତିରେ ଏହି ଘଟଣା ବଳଙ୍ଗା ଥାନାରେ ଘଟିଥିବା ବେଳେ ଘଟଣାସ୍ଥଳରୁ ବାଣ ଓ ବ୍ୟାଟେରୀ ଜବତ ହୋଇଛି । କୁହାଯାଉଛି ଯେ କିଛି ଜବତ ବିସ୍ଫୋରକ ସାମଗ୍ରୀ ଥାନା ଭିତରେ ଥିଲା। ଏହି କାରଣରୁ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ଏନେଇ ଖବର ପାଇ ଘଟଣାସ୍ଥଳରେ ପୁରୀ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ଏନେଇ ତଦନ୍ତ ଆରମ୍ଭ ହୋଇଛି। ଇତି ମଧ୍ୟରେ ଢ଼ଗ ସ୍କ୍ୱାର୍ଡ ଓ ବମ ସ୍କ୍ୱାର୍ଡ ଥାନା ରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି । ତେବେ ବିସ୍ଫୋରଣ ସ୍ଥଳରେ କିଛି ବାଣ ପଡିଥିବା ନଜରକୁ ଆସିବା ବେଳେ ମାଲଖାନା ଭିତରେ ଜବତ ହୋଇ ରହିଥିବା ବାଣ ଯୋଗୁଁ ବିସ୍ଫୋରଣ ହୋଇଥିବା ସନ୍ଧେହ କରାଯାଉଛି । ତେବେ ତଦନ୍ତ ପରେ ପ୍ରକୃତ କାରଣ କଣ ତା ସାମ୍ନାକୁ ଆସିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 28, 2021, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.