ETV Bharat / city

ୟୁଜର ଫି ଆଦାୟ, ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିଜେପିର ବିରୋଧ - ପୁରୀ ପୌର ପ୍ରଶାସନ

ପୌର ପ୍ରଶାସନର ନୂଆ ୟୁଜର ଫି' ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ବିଜେପି ପ୍ରତିବାଦ କରିଛି । ଅଧିକ ପଢ଼ନ୍ତୁ

bjp protests in puri against user fees collection by municipal corporation and excess electricity bill collection
ୟୁଜର ଫି ଆଦାୟ, ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିଜେପିର ବିରୋଧ
author img

By

Published : Nov 15, 2021, 8:32 PM IST

ପୁରୀ: ପୌର ପ୍ରଶାସନର ନୂଆ ୟୁଜର ଫି' ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ବିଜେପି ପ୍ରତିବାଦ କରିଛି । ଏହାକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା l ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପିର କର୍ମୀମନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରିଛନ୍ତି l

ୟୁଜର ଫି ଆଦାୟ, ଅଧିକ ବିଦ୍ୟୁତ ବିଲ୍ ଆଦାୟକୁ ବିଜେପିର ବିରୋଧ

ଟାଟା ପାୱାର ପକ୍ଷରୁ ବିଜୁଳି ବିଲ୍ ଆଦାୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜେପି । ନୂଆ ମିଟର ବସାଇ ମନଇଚ୍ଛା ବିଦ୍ୟୁତ ବିଲ୍ ଆଦାୟ କରାଯାଉଥିବା ଅଭିଯୋଗ ରହିଛି l ସେହିଭଳି ପୌର ପ୍ରଶାସନ ଯୁଜର୍ସ ଫି' ଆଦାୟ ନାମରେ ଜନସାଧାରଣଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି l ଏହି ସମସ୍ୟାର ସମାଧାନ ପାଇଁ ବିଜେପି ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି l

ୟୁଜର୍ସ ଫି' ଆଦାୟ ପାଇଁ କାହାକୁ ବାଧ୍ୟ କରାଯିବନାହିଁ । ସେହିପରି ଡିସେମ୍ବର ୨ ସୁଦ୍ଧା ଟାଟା ପାୱାର କର୍ତ୍ତୃପକ୍ଷ ଓ ବୁଦ୍ଧିଜୀବୀଙ୍କୁ ନେଇ ହୋଇଥିବା କମିଟିର ରିପୋର୍ଟ ଆସିବ । ଏହାପରେ ବିଦ୍ୟୁତ ସମ୍ବନ୍ଧୀୟ ଥିବା ସମସ୍ୟା ସମାଧାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି l ଏହି ଦୁଇ ସମସ୍ୟାକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ବିକ୍ଷୋଭ କରିବାକୁ ସୂଚନା ଦେଇଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.