ETV Bharat / city

ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ; ଧାରଣା ଦେବା ସହ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ - ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ

ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିବାଦ ବଢିବାରେ ଲାଗିଛି । ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ଆସି ସରକାରଙ୍କୁ ଟାର୍ଗେଟ କରିବା ସହ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ଧାରଣା ଦେବା ସହ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ

author img

By

Published : Aug 22, 2020, 1:56 PM IST

ପୁରୀ: ଜୋରଧରିଲା ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗ । ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଆଜି ପୁରୀ ଗସ୍ତରେ ଆସି ସରକାରଙ୍କ ଟାର୍ଗେଟ କରିବା ସହ ଧାରଣା ଦେଇଛନ୍ତି । ବେଆଇନ ଭାବେ ଧର୍ମଶାଳାଙ୍କୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକ୍ରି କରାଯାଉଛି, ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ।

ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ

ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ବିଜେପି ବ୍ୟାପକ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ବଗଲା ଧର୍ମଶାଳା ଭକ୍ତ ମାନେ ରହିବା ପାଇଁ କେନ୍ଦ୍ର ସରକାର 20 କୋଟି ଟଙ୍କା ଅନୁଦାନ ଦେଇ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ କରି ସାରିଥିବା ବେଳେ କାହିଁକି ରାଜ୍ୟ ସରକାର ଏହି ପ୍ରୋଜେକ୍ଟ ବନ୍ଦ କରି କାହା ସ୍ୱାର୍ଥରେ ଲଜିଂ ମାଲିକଙ୍କୁ ଜମି ବିକ୍ରି କରିଲେ ସେ ପ୍ରଶ୍ନ କରିଛନ୍ତି।

1905 ମସିହାରେ କନହେୟା ଲାଲ ବଗଲା ନାମକ ଜଣେ ବଦାନ୍ୟ ବ୍ୟକ୍ତି ଏହି ନିଜ ଜମିକୁ ଧର୍ମଶାଳା କରି ଭକ୍ତ ରହିବା ପାଇଁ ବ୍ୟବସ୍ଥା କରିଥିଲେ। ପରେ ରାଜ୍ୟ ସରକାର ଏହି ଜାଗାକୁ ନେଇ ପରିଚଳନା କରୁଥିଲେ। ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ହୋଇ ଥିବା ଲଜିଂ ମାଲିକଙ୍କୁ ସେଠାରେ ଥଇଥାନ ପାଇଁ ସରକାର ପ୍ଲାଟିଂ କରି ଜମି ବିକ୍ରି କରିବା ଏବେ ଆରମ୍ଭ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଉଛି। ଭକ୍ତଙ୍କ ଉଦେଶ୍ୟରେ ଜମି ବ୍ୟବହାର ନ କରି ଲଜିଂ ମାଲିକଙ୍କୁ ଜମି ଦେବା ଠିକ ନୁହେଁ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏନେଇ ଏକ ମାମଲା ହାଇକୋର୍ଟରେ ଥିବା ବେଳେ ସରକାର ଏହାକୁ ଅଣଦେଖା କରି ଜମି ବିକ୍ରି କରିବାକୁ ନେଇ ବିଜେପି ବିରୋଧ କରୁଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.