ETV Bharat / city

Heritage Corridor Row: ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲା ASI ଟିମ୍ - ହାଇକୋର୍ଟରେ ପ୍ରକଳ୍ପ ମାମଲାର ଶୁଣାଣି

କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଞ୍ଚିଲା ASIର 4 ଜଣିଆ ଟିମ । ଅଧିକ ପଢନ୍ତୁ

Heritage Corridor Row: ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲା ASIଟିମ୍

author img

By

Published : May 13, 2022, 1:15 PM IST

Updated : May 13, 2022, 1:33 PM IST

ପୁରୀ: ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଞ୍ଚିଲା ଏଏସଆଇର(ASI) 4 ଜଣିଆ ଟିମ । ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡ଼ିଓ ଗ୍ରାଫି ଓ ଡକୁମେଣ୍ଟସନ କରିଥିଲେ । ଏହା ସହ ଭର୍ଚ୍ଚୁଆଲ ବୈଠକରେ ଏଏସଆଇ ଡିଜିଙ୍କ ସହ ଆଲୋଚନା କରିଥିଲେ । ଜୁନ 2ରେ ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଥିବାରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ASI ।

Heritage Corridor Row: ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲା ASI ଟିମ୍

ସେପଟେ ଶ୍ରୀମନ୍ଦିରର 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଏହି ନିଷ୍ପତ୍ତି ନିଆଯାଇଛି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚୁରାଲ ଆଡଭାଇଜରୀ କମିଟି । ଆଜି ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପର ସମୀକ୍ଷା କରିଥିଲେ । ତେବେ ASI ଓ ଶ୍ରୀମନ୍ଦିର ପ୍ରଶାସନ ଆଜି ଭିନ୍ନ ଭିନ୍ନ ଭାବରେ ପ୍ରକଳ୍ପ ଅନୁଧ୍ୟାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ପ୍ରକଳ୍ପ ଡିପିଆର ପରିବର୍ତ୍ତନ ନେଇ ଦୁଇ ଦିନ ତଳେ OBCC ର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପୁରୀ ଜିଲ୍ଲାପାଳ ସମେତ ପ୍ରତ୍ନତତ୍ବବିତ୍‌, ମଠ ମହନ୍ତ ଯୋଗ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରୋଡ଼ର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 13, 2022, 1:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.